କେନ୍ଦ୍ର ସରକାର ବଢାଇଲେ ଖରିଫ ଫସଲର ଏମଏସପି : ଏଣିକି ୧୭୫୦ ଟଙ୍କା ପାଇବେ ଚାଷୀ, ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଂଟାଲ ବିଛା ୨୦୦ ଟଙ୍କା ବୃଦ୍ଧି

25

କନକ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନକୁ ନଜରରେ ରଖି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ମୂଲ୍ୟ ୨୦୦ ଟଙ୍କା ବଢାଇଛନ୍ତି । ଏଣିକି ଚାଷୀ କ୍ୱିଂଟାଲ ପିଛା ୧୫୫୦ ଟଙ୍କା ବଦଳରେ ୧୭୫୦ ଟଙ୍କା ପାଇବେ । ଏନେଇ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତି ନିଆଯାଇଛି । ଧାନ, ଡାଲି ଜାତୀୟ ଫସଲ, ମକା ଭଳି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣା ବୃଦ୍ଧି କରିଛନ୍ତି । ତେବେ ଧାନର ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ରାଜ୍ୟ ସରକାର ଦାବି କରିଥିଲେ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ବିଧାୟକ ନବ ଦାସଙ୍କ କଡ଼ା ପ୍ରତିକ୍ରିୟା । କହିଲେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଲାଭବାନ ହେବେନାହିଁ ଚାଷୀ । କେବଳ ଲୋକ ଦେଖାଣିଆ ଭାବେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ରାଜ୍ୟ ସରକାର ୨୯୩୦ ଟଙ୍କା ଦାବି କରିଥିଲେ ତେବେ ମାତ୍ର କେନ୍ଦ୍ର ଏହାକୁ ୧୭୫୦ରେ ରଖିଥିଲେ ।