ମୋଦି ସରକାର ୨୫ଟି ସ୍ଥାନର ନାମ ବଦଳାଇବାକୁ ଦେଇଛନ୍ତି ମଂଜୁରୀ : ସୂଚୀରେ ପଶ୍ଚିମବଙ୍ଗ ମଧ୍ୟ ଅଛି ସାମିଲ

ପଶ୍ଚିମବଙ୍ଗର ନାମ ‘ବାଙ୍ଗଲା’ କରିବାର ମଧ୍ୟ ପ୍ରସ୍ତାବ ଅଛି

218

କେନ୍ଦ୍ର ସରକାର ଗୋଟିଏ ବର୍ଷରେ ସର୍ବନିମ୍ନ ୨୫ ନଗର ଓ ଗାଁର ନାମ ବଦଳାଇବାର ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି । ଯେବେକି ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ ତାଙ୍କ ପାଖରେ ପଡି କି ରହିନି । ଏବଂ ଏଥିରେ ପଶ୍ଚିମବଙ୍ଗର ନାମ ବି ସାମିଲ ଅଛି । ରିପୋର୍ଟ ମୁତାବକ, ଯେଉଁ ଅଂଚଳର ନାମ ବଦଳାଯାଇଛି ତାହାରୂ ସୂଚୀରେ ଉତ୍ତର ପ୍ରଦେଶର ଇଲାହାବାଦ ଓ ଫୈଜାବାଦ ଅଛି । ଆଉ କେତେକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଅନୁମତି ପାଇବା ଅପେକ୍ଷାରେ । ଏଥିରେ ପଶ୍ଚିମବଙ୍ଗର ନାମ ‘ବାଙ୍ଗଲା’ କରିବାର ମଧ୍ୟ ପ୍ରସ୍ତାବ ଅଛି । ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଗତ ଏକ ବର୍ଷରେ ଦେଶର ବିଭିନ୍ନ ଭାଗରେ ୨୫ ନଗର ଓ ଗାଁର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବକୁ ସହମତି ଦେଇଛନ୍ତି । ଇଲାହାବାଦର ନାମ ପ୍ରୟାଗରାଜ ଓ ଫୈଜାବାଦର ନାମ ଅଯୋଧ୍ୟା କରିବାର ପ୍ରସ୍ତାବ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସରକାର ମନ୍ତ୍ରାଳୟକୁ ପଠାଇ ନାହାଁନ୍ତି ।

ଅନୁମୋଦିତ ନାମ ପରିବର୍ତ୍ତନର ପ୍ରସ୍ତାବ ମଧ୍ୟରୁ କିଛି : ଆନ୍ଧ୍ରପ୍ରଦେଶର ରାଜାମୁନ୍ଦରୀର ନାମ ରାଜା ମହେନ୍ଦ୍ରବର୍ମନ, ଆଉଟର ହ୍ୱିଲର ଆଇଲାଣ୍ଡର ନାମ ଏପିଜେ ଅବଦୁଲ୍ କଲାମ୍ ଦ୍ୱୀପଳ କେରଳର ମାଲାପ୍ପୁରା ଜିଲ୍ଲା ଅରିକ୍କୋଡକୁ ଅରିକୋଡ୍, ହରିୟାଣାର ପିଣ୍ଡାରୀକୁ ପାଣ୍ଡୁ ପିଣ୍ଡାରା, ନାଗାଲାଣ୍ଡରେ ସନଫୁରର ନାମ ସାମଫୁରେ କରିବାର ପ୍ରସ୍ତାବ ସାମିଲ ଅଛି । ଏହା ବ୍ୟତୀତ ଆହୁରି ଅନେକ ସହର ରହିଛି ଯାହାର ନାମ ବଦଳାଇବାର ପ୍ରସ୍ତାବ ରହିଛି ।