ପାଇକ ବିଦ୍ରୋହ ସମେତ ଅନ୍ୟାନ୍ୟ ଉତ୍ସବ ପାଇଁ କେନ୍ଦ୍ର ଘୋଷଣା କଲା କମିଟି ! କମିଟିରେ ସାମିଲ ଅଛନ୍ତି ଧର୍ମେନ୍ଦ୍ର ଓ ନବୀନ

31

କନକ ବ୍ୟୁରୋ: ପାଇକ ବିଦ୍ରୋହ ସମେତ ଅନ୍ୟାନ୍ୟ ଐତିହାସିକ ଉତ୍ସବ ପାଇଁ କେନ୍ଦ୍ର କମିଟି ଘୋଷଣା କରିଛି । ଏହାର କ୍ରିୟାନ୍ୱୟନ ପାଇଁ ସର୍ବଭାରତୀୟ ସ୍ତରରେ ଏକ କୋର କମିଟି ଓ ପ୍ରତ୍ୟେକ ଉତ୍ସବ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ସରକାରୀ ଘୋଷଣା ପ୍ରକାଶ ପାଇଛି ।

ପାଇକ ବିଦ୍ରୋହ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି । କମିଟିର ବିଶେଷ ନିମନ୍ତ୍ରିତ ସଦସ୍ୟ ଭାବେ ବିଶ୍ୱଭୂଷଣ ହରିଚନ୍ଦନ ଅଛନ୍ତି । କୋର କମିଟି ସହ ପ୍ରତ୍ୟେକ ଉତ୍ସବ ପାଳନର ସହାୟକ କମିଟିଗୁଡିକ ଏହି ଉତ୍ସବ ପାଳନର କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –