ଜଲିକାଟୁ ଆୟୋଜନ ପ୍ରସଙ୍ଗ ! ତାମିଲନାଡୁ ସରକାରଙ୍କ ଅଧ୍ୟାଦେଶକୁ କେନ୍ଦ୍ରର ମଂଜୁରୀ

34

କନକ ବ୍ୟୁରୋ : ତାମିଲନାଡୁରେ ଜଲିକାଟୁ ଆୟୋଜନ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଅଧ୍ୟାଦେଶକୁ କେନ୍ଦ୍ର ମଂଜୁରୀ ମିଳିଛି । ପନିରସେଲଭମଙ୍କ ସରକାର ପଠାଇଥିବା ଅଧ୍ୟାଦେଶକୁ କେନ୍ଦ୍ର ଆଇନ ମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଏହାପରେ ଏହି ଅଧ୍ୟାଦେଶ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଅଧ୍ୟାଦେଶରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହାକୁ ତାମିଲନାଡୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦିଆଯିବ । ଅନ୍ୟପଟେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।