ସରିଲା ଜଗମୋହନର ସ୍ଥିତି ଅନୁଧ୍ୟାନ : ସପ୍ତାହକ ମଧ୍ୟରେ ଆରମ୍ଭ ହେବ ମରାମତି କାର୍ଯ୍ୟ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ । ସଚିବାଳୟରେ କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନାଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧିଦଳ ମୁଖ୍ୟ ଶାସନ ସଚିବ ଓ ଓଡ଼ିଶା ସରକାରଙ୍କ ଉଚ୍ଚ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ କେନ୍ଦ୍ର ସଂସ୍କୃତି ସଚିବ କହିଛନ୍ତି- ଜଗମୋହନରେ ସୃଷ୍ଟି ହୋଇଥିବା ଫାଟ ଏବେ ବାହାରକୁ ଦେଖା ଯାଉଛି । ଫାଟ ସତ୍ୱେ ଏହା ପ୍ରାୟ ଶହେ ବର୍ଷ ଧରି କିଭଳି ତିଷ୍ଠିଲା ତାହା ଅଧିକ ଅନୁସନ୍ଧାନ କରିବାକୁ ହେବ । ଏହି ଢ଼ାଂଚା ଆଜିଯାଏ କିଭଳି ଭାରସାମ୍ୟ ରକ୍ଷା କରିଛି ତାହା ପରୀକ୍ଷା କରିବାକୁ ହେବ । ଏହାର ଅଧିକ ଅନୁସନ୍ଧାନ ପାଇଁ ଚେନ୍ନାଇ ଆଇଆଇଟି, ଭୁବନେଶ୍ୱର ଆଇଆଇଟି ଓ ରାଉରକେଲା ଏନଆଇଟି କୋର୍ କମିଟି ସହ ମିଳିତ ଭାବେ ଆଲୋଚନା କରିବେ । ସେ କହିଛନ୍ତି, ମନ୍ଦିର ମରାମତିର ଜ୍ଞାନକୌଶଳ ବିଶ୍ୱବ୍ୟାପୀ ମିଳିଯିବ । ଆବଶ୍ୟକ ହେଲେ ବାହାର ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ ବୋଲି ।

gajapati meetingସେପଟେ ଜଗମୋହନର ସ୍ଥାୟୀ ମରାମତି ନେଇ ଆହ୍ୱାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । କାମ ଶୀଘ୍ର ସାରିବାକୁ କେନ୍ଦ୍ରୀୟ ଟିମକୁ ସେ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିର ହିନ୍ଦୁମାନଙ୍କର ଏକ ପ୍ରମୁଖ ସ୍ଥଳୀ । ଏଥିପାଇଁ ଏହାକୁ ଏଏସ୍ଆଇ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି । ଜଗମୋହନ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ସ୍ୱତନ୍ତ୍ର ବୈଠକ ବସିଥିଲା । ଏଥିରେ କେନ୍ଦ୍ରୀୟ ଟିମ୍ ସଦସ୍ୟଙ୍କ ସହ ଗଜପତି ମହାରାଜ ଉପସ୍ଥିତ ଥିଲେ ।

ଏଥି ସହ ନବୀନଙ୍କୁ ଜଗମୋହନ ଚିନ୍ତା : ୪ ଦିନ ମଧ୍ୟରେ ଆରମ୍ଭ ହେବ ମରାମତି