ମରୁଡି ଓ ରୋଗପୋକଜନିତ ପରିସ୍ଥିତିର ଅନୁଧ୍ୟାନ ଲାଗି ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ ! କାଲି ବରଗଡ ଯିବ ଟିମ୍ ଯିବ

37

କନକ ବ୍ୟୁରୋ : ରାଜ୍ୟରେ ମରୁଡି ଓ ରୋଗପୋକ ପରିସ୍ଥିତିର ଅନୁଧ୍ୟାନ ଲାଗି ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମ ଦୁଇଦିନି ଓଡିଶାରେ ରହିବ । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱଙ୍କ ନେତୃତ୍ୱରେ ଏହି ଟିମ ଓଡିଶା ଆସିବ । ଏହି ଟିମ୍ ବୌଦ୍ଦ, ସୂବର୍ଣ୍ଣପୁର, ଓ ବରଗଡ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବେ । ଏହାଛଡା ବରଗଡ କଳାପାଣି ଯାଇ ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିବ । କାଲି ଏହି ଟିମ ବରଗଡ ଯିବ । ଏହା ସହ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି । କୃଷି ରଷ୍ଟ୍ରମନ୍ତ୍ରୀଙ୍କ ସହ କୃଷି ବୈଜ୍ଞାନିକ ଏହି ଗସ୍ତରେ ସାମିଲ ହେବେ । ତେବେ କେନ୍ଦ୍ରୀୟ ଟିମର କ୍ଷେତ୍ର ପରିଦର୍ଶନକୁ ତୁଛା ରାଜନୀତି ବୋଲି କହିଛନ୍ତି କୃଷିମନ୍ତ୍ରୀ ଦାମ ।