ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆନ୍ତରିକତା ! କୋଟିଆ ବାସୀଙ୍କ ମନ ଜିଣିପାରିଲେ ନାହିଁ ତଦନ୍ତକାରୀ ଦଳ, ବଢିଲା ଅନିଶ୍ଚିତତା

34

କନକ ବ୍ୟୁରୋ: କୋଟିଆକୁ ନେଇ ବଢିଲା ଅନିଶ୍ଚତତା । ସରିଲା ରାଜ୍ୟ ସରକାରଙ୍କ ଆନ୍ତଃବିବାଦର ତଦନ୍ତ । କୋଟିଆରେ ତଦନ୍ତକାରୀ ଟିମର ପାଦ ପଡିଲା, କିନ୍ତୁ ଲୋକଙ୍କ ସହ ମିଶିଲେନି । ଏହାକୁ କୋଟିଆବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ରାଜ୍ୟ ସରକାରଙ୍କର ଆନ୍ତରିକତା ପଦାରେ ପଡିଛି ।

କୋଟିଆ ବାସୀଙ୍କ ମନ ଜିଣିପାରିଲେ ନାହିଁ ତଦନ୍ତକାରୀ ଦଳ । ବିଭିନ୍ନ ସମସ୍ୟା ସଂପର୍କରେ ଆନ୍ତଃବିବାଦ ତଦନ୍ତ ଟିମକୁ ଜଣାଇବାକୁ ଗ୍ରାମବାସୀ ଅପେକ୍ଷା କରିଥିଲେ । କିନ୍ତୁ କୋଟିରେ ତଦନ୍ତକାରୀ ଟିମର ପାଦ ପଡିଲା ସତ କିନ୍ତୁ ଆଲୋଚନା ନକରି ଅଧାରୁ ଫେରିଆସିଲେ । ବିବାଦୀୟ କୋଟିଆ ସ୍ଥିତି ଅନୁଧ୍ୟାନ କରିବାକୁ ରାଜ୍ୟସରକାରଙ୍କ ଆନ୍ତଃବିବାଦର ୫ ଜଣିଆ ଟିମ ସମେତ ଜିଲ୍ଳାପାଳ,ଏସପି ଯାଇଥିଲେ । ହେଲେ ଏହି ଟିମ ନା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କଲେ ନା ଆନ୍ଦ୍ର କବଜା କରିଥିବା ଗାଁର ରାସ୍ତା ଦେଖିବାକୁ ଗଲେ । କିଛି ସମସ୍ୟା ନଶୁଣି ଫେରିଆସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କୋଟିଆ ସମସ୍ୟା ସମାଧାନ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା କୁଟିଆବାସୀ କହିଛନ୍ତି । ସେପଟେ ବିଭିନ୍ନ ସମସ୍ୟାର ସମାଧାନ ନେଇ କେବଳ ଏକ ତାଲିକା ପ୍ରସ୍ତୁତ କରାଯାଇଛି ଯାହାକି ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ପଟାଙ୍ଗୀ ବିଧାୟକ ଓ ଚେୟାରମ୍ୟାନ । ତଦନ୍ତ ଟିମ କୋଟିଆ ବୁଲିବା ପରେ କୋରାପୁଟରେ ଏକ ବୈଠକ କରି ଏହି ତାଲିକା ଉପରେ ଆଲୋଚନା କରିଥିବା କୋରାପୁଟ ଜିଳ୍ଳାପାଳ କହିଛନ୍ତି ।

ତେବେ କୋଟିଆରେ ଆନ୍ଧ୍ର ନିଜର ଦବଦବା ଜାରି କରିଥିବା ବେଳେ ଏଭଳି ସ୍ଥିତିରେ ଆନ୍ତଃବିବାଦ ତଦନ୍ତକାରୀ ଟିମ କୋଟିଆ ଯିବା ଓ ଲୋକଙ୍କ ସହ ଆଲୋଚନା ନକରି ଫେରିଆସିବାକୁ ନେଇ କୋଟିଆବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।