ଆଜି ଆସୁଛି କେନ୍ଦ୍ରୀୟ ଟିମ୍ : ଏନସିଏସଟି ଅଧ୍ୟକ୍ଷଙ୍କ ନେତୃତ୍ୱରେ ବାଲିଗୁଡା ଏନକାଉଂଟରର ଅନୁଧ୍ୟାନ କରିବ ୩ ଜଣିଆ ଟିମ୍

19

କନ୍ଧମାଳ : କନ୍ଧମାଳରେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍ । ଏନସିଏସଟି ଅଧ୍ୟକ୍ଷ ରାମେଶ୍ୱର ଓରାନଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍ କନ୍ଧମାଳ ବାଲିଗୁଡାର ଘଟଣାସ୍ଥଳର ଅନୁଧ୍ୟାନ କରିବେ। ଏଥିସହ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ । ବାଲିଗୁଡାରେ ସୁରକ୍ଷାକର୍ମୀଙ୍କ ଏନକାଉଂଟର ଘଟଣାକୁ ନିନ୍ଦା କରିବା ସହ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଆସିବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କିଭଳି ଆଉ କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଲା ତାର ଅନୁଧ୍ୟାନ କରାଯିବ । ଆଉ କମିଟିର ରିପୋର୍ଟ ଆଧାରରେ କେନ୍ଦ୍ର ଏହି ପ୍ରସଙ୍ଗରେ ରାଜ୍ୟ ସହ ଅଲୋଚନା କରିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ।