କନ୍ଧମାଳରେ ଏନସିଏସଟି କମିସନ : ବାଲିଗୁଡା ଏନକାଉଂଟର ଘଟଣାର କରିବେ ସରଜମିନ ତଦନ୍ତ

54

କନ୍ଧମାଳ : କନ୍ଧମାଳ ଘଟଣାର ଆଜି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍ । ବାଲିଗୁଡା ଗୁମୁଡୁମାହାର ଘଟଣାସ୍ଥଳକୁ ଯାଇ ଟିମ୍ ଅନୁଧ୍ୟାନ କରିବ । କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନିରୀହ ଆଦିବାସୀଙ୍କ ମୃତ୍ୟୁ ହେଲା ତାର ତଦନ୍ତ କରିବ କେନ୍ଦ୍ରୀୟ ଟିମ୍ । ଟିମରେ ଏନସିଏସଟି ଅଧ୍ୟକ୍ଷ ରାମେଶ୍ୱର ଓରାନଙ୍କ ସହ ଆହୁରି ୩ ଜଣ ସଦସ୍ୟ ଅଛନ୍ତି। ଗତକାଲି କନ୍ଧମାଳରେ ପହଁଚିସାରିଛି କେନ୍ଦ୍ରୀୟ ଟିମ୍ । ଆଜି ଘଟଣାସ୍ଥଳକୁ ଯାଇ ସରଜମିନ ଅନୁଧ୍ୟାନ କରିବେ। କାହିଁକି, କେମିତି ଓ କଣପାଇଁ ଏତେବଡ ଘଟଣା ଘଟିଲା ତାର ପୁଙ୍କାନୁପୁଙ୍ଖ ଯାଂଚ ହେବ । ପ୍ରତ୍ୟକ୍ଷଦର୍ଶୀ ଓ ମୃତକଙ୍କ ପରିବାର ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ । ଏହାପରେ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପିଙ୍କ ସହ ବି ଆଲୋଚନା କରାଯିବ ।