ଓଡିଶାରେ ସେଂଟ୍ରାଲ ଟିମ୍ : କାଲି ଗୁମୁଡୁମାହାରେ ସରଜମିନ ଯାଂଚ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନ୍ଧମାଳରେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଂଚିଛି । ଏନସିଏସଟି ଅଧ୍ୟକ୍ଷ ରାମେଶ୍ୱର ଓରାନ, ସଚିବ ଅନୀଲ ଅଗ୍ରୱାଲ ଓ ନିର୍ଦେଶକ ଆରକେ ଦୁବେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଷ୍ଟେଟ ଗେଷ୍ଟ ହାଉସକୁ ଯାଇଛନ୍ତି ସେଂଟ୍ରାଲ ଟିମ । ଆସନ୍ତାକାଲି ରାମେଶ୍ୱର ଓରାନଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍ କନ୍ଧମାଳ ବାଲିଗୁଡାର ଘଟଣାସ୍ଥଳରେ ଅନୁଧ୍ୟାନ କରିବେ । ଏହା ସହ ସ୍ଥାନୀୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବେ । ବାଲିଗୁଡାରୁ ଫେରିବା ପରେ ଏହି ଟିମ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ । କମିଟିର ରିପୋର୍ଟ ଅଧାରରେ କେନ୍ଦ୍ର ଏହି ପ୍ରସଙ୍ଗରେ ରାଜ୍ୟ ସହ ଅଲୋଚନା କରିବ ବୋଲି ଜଣାପଡିଛି । କେନ୍ଦ୍ରୀୟ ଟିମକୁ ଭେଟି ରାଜ୍ୟ ବିଜେପି ତରଫରୁ ଏକ ସ୍ମାରକ ପତ୍ର ଦିଆଯାଇଛି।