ମାହାଙ୍ଗାରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଦୁର୍ନୀତିର ଖୋଳତାଡ

32

କନକ ବ୍ୟୁରୋ : ଦିଲ୍ଲୀରୁ ଆସିଲେ କେନ୍ଦ୍ରୀୟ ତଦନ୍ତକାରୀ ଦଳ । ପ୍ରକୃତ ହିତାଧିକାରୀଙ୍କୁ ଛାଡି କେମିତି ବିଜେଡି କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଲା ସେନେଇ ତଦନ୍ତ କରୁଛି ଟିମ୍ । କଟକ ଜିଲ୍ଲା ମାହାଙ୍ଗାରେ ପିଏମଏୱାଇ ଦୁର୍ନୀତି ମାମଲାରେ ଏହି ତଦନ୍ତ କରାବାକୁ ପହଁଚିଛନ୍ତି ଟିମ୍ । ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ପିଏମଏୱାଇ ଯୋଜନାରେ ଘର ଦିଆଯାଇଛି ସେମାନଙ୍କୁ ଚିହ୍ନଟ କରିବେ ।

କେନ୍ଦ୍ର ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିର୍ଦ୍ଦେଶରେ ଆସିଛନ୍ତି ଏହି ଦଳ । ଏ ନେଇ ଏକ ଅଡିଟ୍ ଟିମ୍ ପଠାଇବାକୁ ଚିଫ୍ କଂଟ୍ରୋଲର ଅଫ୍ ଆକାଉଂଟ୍ସକୁ ନିର୍ଦ୍ଦେଶ ଦେଇଥିଲେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ତୋମାର । ଏ ସଂପର୍କରେ ଏସଇସିସି-୨୦୧୧ ଅଗ୍ରାଧିକାର ତାଲିକାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା ।

ପ୍ରକୃତ ହିତାଧିକାରୀଙ୍କୁ ପିଏମଏୱାଇ ଯୋଜନାରେ ଘର ନଦେଇ ଶାସକ ଦଳର କର୍ମୀ ଓ ସମର୍ଥକଙ୍କୁ ଘର ମିଳିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଆଉ ଏହି ସବୁ ଅଭିଯୋଗ ସଂପର୍କରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ତୋମାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।