ଥମୁନି ଜାପାନୀ ଏନସେଫାଲାଇଟିସ୍ ମହାମାରୀ : ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚିଲେ କେନ୍ଦ୍ରୀୟ ଟିମ୍

18

ମାଲକାନଗିରି : ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସ୍ ଆତଙ୍କ ଥମୁନି । ଜାପାନୀ ଜ୍ୱରରେ ଆକ୍ରାନ୍ତ ଆଉ ଜଣେ ଶିଶୁର ଆଜି ମୃତ୍ୟୁ ହୋଇଛି । କାଲିମେଳା ବ୍ଲକର କାମ୍ପାକୁଣ୍ଡାର ଗାଁର ୪ବର୍ଷର ଶିଶୁ ପୁତ୍ର ମୁନା ଶଗଡିଆର ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଆଜି ମାଲକାନଗିରିରେ ପହଂଚିଛନ୍ତି ୬ଜଣିଆ ଟିମ୍ କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ପ୍ରଭାବିତ ଗାଁ ଗୁଡିକୁ ବୁଲି ସ୍ଥିତିର ସମୀକ୍ଷା କରିବେ । କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ମହାମାରୀ ବ୍ୟାପୁଛି,ଏଥିରେ ଜିଲ୍ଲାର କେତେ ଅଂଚଳ ପ୍ରଭାବିତ ହୋଇଛି, ମୋଟ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି .ସେ ସବୁର ଅନୁସନ୍ଧାନ କରିବ ଏହି ଟିମ୍ ।ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍।