ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ବରଗଡରେ କେନ୍ଦ୍ରୀୟ ଟିମ : ସେପଟେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ବୟାନକୁ ନେଇ ଦାମଙ୍କ ଜବାବ

27

କନକ ବ୍ୟୁରୋ : ବରଗଡରେ ପହଂଚିଛି କେନ୍ଦ୍ରୀୟ ଟିମ । ବରଗଡରେ ଏହି ଟିମ ମରୁଡି ସ୍ଥିତିର ସମୀକ୍ଷା କରିବା ସହ ଚାଷୀ ଆତ୍ମହତ୍ୟାର କାରଣ ଖୋଜିବ । ମଧ୍ୟପ୍ରଦେଶ ଧାରର ସାଂସଦ ସାବିତ୍ରୀ ବାଇ ଠାକୁର ଓ ବିହାର ଶିବାନର ସାଂସଦ ଓମପ୍ରକାଶ ଯାଦବଙ୍କ ନେତୃତ୍ୱରେ ଏହି ଟିମ୍ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ମରୁଡି ସ୍ଥିତି ଓ ଚକଡା ପୋକ ଯୋଗୁଁ ହୋଇଥିବା ଫସଲ ହାନୀର ସମୀକ୍ଷା କରୁଛି । ସମୀକ୍ଷା ପରେ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ ଏହି ଟିମ୍ ।

ଏହାସହ ଲୁହୁରାଚଟୀ, ବିରିପାଲି, ଜାରିଂ, ବରପାଲି ଓ କଳାପାଣି ସମେତ ବିଭିନ୍ନ ଅଂଚଳର ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟି ସେମାନଙ୍କ ବାସ୍ତବ ସ୍ଥିତି ପରଖିଛି ଟିମ୍ । ଏହି ୬ଜଣିଆ ଟିମ୍ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସାଧାରଣ ସମ୍ପାଦକପି.ସୁଜ୍ଞାନ ରାଓ, ଆନ୍ଧ୍ରପ୍ରଦେଶ କୃଷକ ମୋର୍ଚ୍ଚା ସଭାପତି ପୁଡ୍ଡି ଚିରୁପତି ରାଓ, କିଷାନ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ସମ୍ବାଦକ ଶମ୍ଭୁ କୁମାର ପ୍ରମୁଖ ଅଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କ ବୟାନକୁ ନେଇ ଦାମରାଉତଙ୍କ ଜବାବ । କୃଷି ଏକ ରାଜ୍ୟ ବିଷୟ ଓ କୃଷକ ରାଜ୍ୟ ସରକାରଙ୍କର । ଏଥିରେ କୌଣସି ଅବହେଳା ହୋଇନାହିଁ ବୋଲି ଦାମ ରାଉତ କହିଛନ୍ତି । ଏହାସହ ରାଧାମୋହନ ସିଂଙ୍କ ଦରଦ ପାଇଁ ତାଙ୍କୁ ସାଧୁବାଦ ଓ ରାଧାମୋହନ ଗୋଟିଏ ପ୍ରକିୟାରେ ଆଲୋଚନା କରନ୍ତୁ ବୋଲି ବୋଲି ଦାମ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ନିଜର ବ୍ୟକ୍ତିଗତ ଆକାଉଂଟରୁ ଟଙ୍କା କାଢି ରାଜ୍ୟ ସରକାରଙ୍କୁ ଦେଲାଭଳି ମତାମତ ନଦିଅନ୍ତୁ ବୋଲି ଦାମ ରାଉତ କହିଛନ୍ତି । ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଅଭିଯୋଗ ଆଣି କହିଥିଲେ ଯେ, ଅକ୍ଟୋବର ୪-୫ ତାରିଖରେ କେନ୍ଦ୍ରୀୟ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଥିଲେ ବି କୌଣସି ପଦକ୍ଷେପ ନେଇନଥିଲେ ଓଡିଶା ସରକାର । ସେପଟେ ରାଜ୍ୟ ସରକାର ଏହି କ୍ଷୟକ୍ଷତିର ଭରଣା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ୍ ଦେଇଛନ୍ତି । ଚକଡା ପୋକ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ସମେତ ସମସ୍ତ ଭାଗ ଚାଷୀଙ୍କୁ ବି ଏହି ସହାୟତା ମିଳିବ ।