ମୋଦି ସରକାରଙ୍କ ସ୍କାନରରେ କେନ୍ଦ୍ରୀୟ କର୍ମଚାରୀ ! ୬୭ହଜାର ବାବୁଙ୍କ ସର୍ଭିସ ରେକର୍ଡ ହେବ ଯାଂଚ

87

କନକ ବ୍ୟୁରୋ: ମୋଦି ସରକାରଙ୍କ ସ୍କାନରରେ କେନ୍ଦ୍ରୀୟ କର୍ମଚାରୀ । ୬୭ହଜାରରୁ ଅଧିକ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ଭିସ ରେକର୍ଡ ଯାଂଚ କରିବେ ମୋଦି ସରକାର । ଏହି ତାଲିକାରେ ଆଇପିଏଓ ଓ ଆଇଏଏସ ଅଫିସର ମଧ୍ୟ ସାମିଲ ହେବେ । ସର୍ଭିସ ରେକଡର୍ସ ଯାଂଚ କରି ସରକାର କିଏ କେତେ କାମ କରୁଛି ତାହାର ସମୀକ୍ଷା କରିବେ । ଏହାଦ୍ୱାରା କର୍ମଚାରୀଙ୍କ ଉତ୍ତରଦାୟିତ୍ୱ ରହିବା ସହ କାର୍ଯ୍ୟ କରିବା ଦକ୍ଷତା ବଢ଼ିବ ବୋଲି ସରକାର ଚିନ୍ତାକରୁଛନ୍ତି ।

ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଲୋକଙ୍କ ନିକଟରେ ସହଜରେ ପହଂଚାଯାଇପାରିବ ଓ ସରକାରୀ ବ୍ୟବସ୍ଥାରେ ସୁଧାର ଅଣାଯାଇପାରିବ ତାହା ଆହୁରି ଗତିଶୀଳ ହେବ । ପୂର୍ବ ବର୍ଷ ୧୨୯ ଜିରୋ ପରଫରମାନ୍ସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର । ଏଥିରେ କିଛି ଆଇଏଏସ ଓ ଆଇପିଏସ ଅଫିସର ସାମିଲ ଥିଲେ ।