ଉଜ୍ଜ୍ୱଳା ଯୋଜନା ଦ୍ୱାରା କେତେ ଉପକୃତ ହେଉଛନ୍ତି ଓଡ଼ିଶାର ମହିଳା : ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଧାସଳଖ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

87

କନକ ବ୍ୟୁରୋ : ଉଜ୍ୱଳ ଯୋଜନାର ସଫଳତା ଓ ଉପକାରିତା ନେଇ ଓଡିଶାର ମହିଳାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହିଳାଙ୍କ ସହ ସିଧାସଳଖ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ । ସେହିପରି ସୁଷମା ସ୍ୱରାଜଙ୍କ ସହ ମହିଳାମାନେ ନିଜର ଖୁସିର ଅନୁଭୂତି ବାଂଟିଛନ୍ତି ।

 

ଆଗରୁ ଗାଁ ଗାଁରେ ମହିଳା ମାନେ କାଠ ଚୂଲିରେ ରୋଷେଇ କରି କିଭଳି ଅସୁବିଧା ଭୋଗୁଥିଲେ । ଧୁଆଁ ଯୋଗୁଁ ବିଭିନ୍ନ ରୋଗରେ କିଭଳି ହେଉଥିଲେ । ଆଉ ସମୟ ଅପଚୟ ହେଉଥିଲା । ସେ କଥା କହିଛନ୍ତି ମହିଳାମାନେ । ଆଉ ଏବେ ଉଜ୍ୱଳା ଯୋଜନା ପରେ କିଭଳି ଘରେ ଘରେ ଗ୍ୟାସ ଚୁଲା ରହିଛି ଓ ସେମାନେ କିଭଳି ଏଥିରୁ ଉପକୃତ ହେଉଛନ୍ତି ଏନେଇ କେନ୍ଦ୍ର ମନ୍ତ୍ରୀଙ୍କ ଆଗରେ ଅନୁଭୂତି ବଖାଣିଛନ୍ତି ।