ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ! ରାଜଧାନୀର ବୁଣାକାର ସେବା କେନ୍ଦ୍ର ବୁଲିବେ, ସାମ୍ବାଦିକ ସମ୍ମିଳନୀରେ ଦେବେ ବିଭିନ୍ନ ପ୍ରଶ୍ନର ଉତ୍ତର

40

କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ । ସକାଳ ୯ଟା ୩୫ ମନିଟିରେ ସହିଦ ନଗର ସ୍ଥିତ ବୁଣାକାର ସେବା କେନ୍ଦ୍ର ବୁଲି ଦେଖିବା କାର୍ଯ୍ୟସୂଚୀ ରହିଛି । ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହେବେ ସ୍ମୃତି ଇରାନୀ । ଦିନ ୧ଟାରେ ସେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହାପରେ ଅପରାହ୍ନରେ ସମ୍ପର୍କ ସେ ସମର୍ଥନ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିଲ୍ଲୀ ଫେରିଯିବେ । ଏପଟେ ଆଜି ୧୯୭୫ ମସିହା ଜୁନ୍ ୨୫ ତାରିଖର ଜରୁରୀକାଳିନ ପରିସ୍ଥିତିକୁ କଳାଦିବସ ଭାବେ ପାଳନ କରୁଛି ବିଜେପି । ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନା ମୁତାବକ, କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଭୁବନେଶ୍ୱର ଆସୁଛନ୍ତି । ସେ ସକାଳ ୯ଟା ୩୫ରେ ସହିଦ ନଗରରେ ଥିବା ବୁଣାକାର ସେବା କେନ୍ଦ୍ର ପରିଦର୍ଶନ କରିବେ । ତାହା ପରେ ହୋଟେଲ୍ ନିଉ ମାରିଅନରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ସ୍ମୃତି ଯୋଗ ଦେବେ। ଏହା ପରେ ଅପରାହ୍ନ ୧ଟାରେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଅପରାହ୍ନରେ ‘ସମ୍ପର୍କ ସେ ସମର୍ଥନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।