ଓଡ଼ିଶାର ପୋକରା କ୍ଷେତ ଦେଖିଲେ ମୋଦିଙ୍କ ମନ୍ତ୍ରୀ ! କହିଲେ, ଚାଷୀଙ୍କ ପାଖରେ ପହଞ୍ଚିନି କେନ୍ଦ୍ର ସହାୟତା । ଦାମ କହିଲେ, ବୃନ୍ଦା ସାହୁ ବିଜେପି କର୍ମୀ, ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ପାଦ ସେଠାରେ ପଡିଲା

29

କନକ ବ୍ୟୁରୋ : ଚାଷୀର ପୋକରା କ୍ଷେତରେ ରାଜନୀତିର ଚାଷ । ମୋଦିଙ୍କ ମନ୍ତ୍ରୀ ଦେଖୁଛନ୍ତି ଓଡିଶାରେ ନବୀନ ସରକାର, ଚାଷୀକୁ କୌଣସି ସହାୟତା କରିଛନ୍ତି କି ନାହିିିଁ । ଜମିକୁ ଜମି ବୁଲି କ୍ଷତିଗ୍ରସ୍ତ ଫସଲର ଚାଲିଛି ଅନୁଧ୍ୟାନ । ଅଗାଡି ପାଲଟିଥିବା ଚାଷୀର ଫସଲକୁ ହାତରେ ଧରି ମନ୍ତ୍ରୀ ବୁଝିଛନ୍ତି ଚାଷୀଙ୍କ ସମସ୍ୟା । କେତେ ଫସଲ ନଷ୍ଟ ହୋଇଛି, ଚକଡା ପୋକ ମାରିବାକୁ କଣ କୀଟନାଶକ ବ୍ୟବହାର କରାଯାଇଛି ଏବଂ ରାଜ୍ୟ ସରକାର କଣ ସହାୟତା ଦେଇଛନ୍ତି, ଚାଷୀଙ୍କୁ ଗୋଟି ଗୋଟି କରି ସବୁ କଥା ପଚାରିଥିଲେ ମୋଦିଙ୍କ ମନ୍ତ୍ରୀ ।

Gajendrasingh Shekhawatଗୋଟିଏ ପଟେ ସୋନପୁର ଓ ବରଗଡରେ ଚାଲିଥାଏ କେନ୍ଦ୍ରମନ୍ତ୍ରୀଙ୍କ ଫସଲ କ୍ଷୟକ୍ଷତି ଅନୁଧ୍ୟାନ ଆଉ ଏପଟେ ଭୁବନେଶ୍ୱରରେ ସରଗରମ ହେଉଥାଏ ବୟାନବାଜି । ପ୍ରଥମେ ସୁବଣ୍ଣପୁରରେ ଚାଷୀର କ୍ଷତିଗ୍ରସ୍ତ ଫସଲ ଦେଖିବା ପରେ ମନ୍ତ୍ରୀ ପହଁଚିଥିଲେ ବରଗଡର ମୃତ ଚାଷୀ ବୃନ୍ଦା ସାହୁଙ୍କ ଘରେ । ପରିବାର ସହ ଆଲୋଚନା କରିଥିଲେ ଆଉ ସହାୟତାର ପ୍ରତିଶ୍ରୁତି ଦେଇଥିଲେ । ବୃନ୍ଦାଙ୍କ ଘରେ କେନ୍ଦ୍ରମନ୍ତ୍ରୀ ପହଁଚିବା ଘଟଣାକୁ ହଜମ କରିପାରିଲେ ନାହିଁ ଓଡିଶାର କୃଷିମନ୍ତ୍ରୀ । ଚାଷୀଙ୍କ ଦଳୀୟ ସାର୍ଟିଫିକେଟ ଦେଇ କହିଲେ, କେଉଁ ଚାଷୀ ବିଜେପିର ଆଉ କେଉଁ ଚାଷୀ ବିଜେଡିର ।

କେନ୍ଦ୍ରମନ୍ତ୍ରୀ ବୃନ୍ଦା ସାହୁଙ୍କ ଘରକୁ ଯିବା ପରେ ଦାମଙ୍କର ଆରମ୍ଭ ହୋଇଥିଲା ବୟାନବାଜି । ବୃନ୍ଦା ତାଙ୍କର ଦଳୀୟ ଲୋକ ହୋଇଥିବେ ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ପାଦ ତାଙ୍କ ଘରେ ପଡିଲା । କିନ୍ତୁ ସେ ମୋର ଦଳୀୟ ଲୋକ ନୁହଁନ୍ତି ତେଣୁ ମୁଁ ସେଠାକୁ କାହିଁକି ଯିବି ବୋଲି ପ୍ରଶ୍ନ କରିଥିଲେ ଦାମ । ଏପରିକି ବୃନ୍ଦା ସାହୁ କଣ ପାଇଁ ଆତ୍ମହତ୍ୟା କଲେ ତାହାର ତଦନ୍ତ ଚାଲିଛି । ତେଣୁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସି ନିଜ ଶାଳୀନତା ଭୁଲିବା ଉଚିତ ନୁହେଁ ବୋଲି ଦାମ କହିଛନ୍ତି ।

ଚକଡା ପୋକର ମାଡରେ ଚାଷୀର ଅଂଟା ଭାଂଗିଯାଉଥିବା ବେଳେ ଏପଟେ ରାଜନୀତି ମିଶା ପ୍ରତିଶ୍ରୁତି କ୍ଷତିଗ୍ରସ୍ତ ଚାଷୀକୁ ଉପହାସ ପରି ହେଇଛି ।