ଚତୁର୍ଥ ପର୍ଯ୍ୟାୟ ଫଳାଫଳ ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଆକଳନ : ୨୦୧୯ରେ ଏକାକି ସରକାର ଗଠନ କରିବ ବିଜେପି

36

କନକ ବ୍ୟୁରୋ : ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ । କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏବଂ ତାଙ୍କର ବିକଳ୍ପ ଭାବେ ଲୋକେ ବିଜେପିକୁ ବାଛିଛନ୍ତି ବୋଲି କହିଛନ୍ତି ଜୁଏଲ ଓରାମ । ପଂଚାୟତ ନିର୍ବାଚନ ସେମିଫାଇନାଲ ଏବଂ ଫାଇନାଲ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଢିବ ବୋଲି ଦମ୍ଭ ପ୍ରକାଶ କରିଛନ୍ତି ଜୁଏଲ ଓରାମ ।

ପୂର୍ବଥର ଅପେକ୍ଷା ସୁନ୍ଦରଗଡରେ ଅଧିକ ସିଟ୍ ହାତେଇଛୁ । ନୂଆପଡାରେ ଶାସକ ଦଳ ଅଧିକ ଟଙ୍କା ଖର୍ଚ୍ଚ କରି ଅଧିକ ସିଟ ହାତେଇଥିବାରୁ ଆମର ଫଳାଫଳ ଶୂନ୍ ଏବଂ ଏଥିପାଇଁ ଆମେ ଆମର ନେତାଙ୍କୁ ଦାୟୀ କରୁନୁ ବୋଲି ଜୁଏଲ କହିଛନ୍ତି । ପଂଚାୟତ ରଣନୀତି ପ୍ରସ୍ତୁତିରେ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ତାଙ୍କ ରଣନୀତି ପ୍ରଶଂସନୀୟ । ଆଗାମୀ ଦିନରେ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି ଜୁଏଲ ଓରାମ ।