ହତ୍ୟାକାରୀକୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ! ଜାମିନରେ ମୁକୁଳିଥିବା ଅଭିଯୁକ୍ତଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରି ବିବାଦରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ।

24

ବିବାଦରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା । ଗତବର୍ଷ ଝାଡଖଣ୍ଡର ରାମଗଡ ଠାରେ ଗୋ-ଚାଲାଣକୁ କେନ୍ଦ୍ରକରି ହୋଇଥିବା ଗଣହତ୍ୟାର ଅଭିଯୁକ୍ତଙ୍କୁ ସମ୍ମାନିତ କରି ବିବାଦରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ । ଏହି ଗଣହତ୍ୟା ମାମଲାରେ ୧୧ ଜଣ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଗତ ୫ତାରିଖରେ ସେଥି ମଧ୍ୟରୁ ୮ ଜଣଙ୍କୁ ଜାମିନ ମିଳିଥିଲା । ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ୮ ଜଣକୁ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଫୁଲମାଳ ପିନ୍ଧାଇ ସ୍ୱାଗତ କରିବା ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବିରୋଧୀମାନେ ଏବେ ଜୟନ୍ତଙ୍କୁ ନିଶାନା କରିବାରେ ଲାଗିଛନ୍ତି ।

ସୁଚନା ମୁତାବକ ପୂର୍ବରୁ ମଧ୍ୟ ଏହି ଗଣହତ୍ୟା ମାମଲାରେ ରାମଗଡ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇକୁ ହସ୍ତାନ୍ତର ପାଇଁ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଦାବି କରିଥଲେ । ତେବେ ଏହି ମାମଲାରେ ଦୋଷୀ ହୋଇଥିବା ଆଠ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମାନିତ କରିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜନୀତି ଏବେ ସରଗରମ ହେବାସହ ବିବାଦୀୟ ହୋଇ ପଡିଛନ୍ତି ବଜେପି ନେତା ଜୟନ୍ତ ସିହ୍ନା ।

ତେବେ ଏହି ମାମଲାରେ ସ୍ଥାନୀୟ ଅଦାଲତ ମାର୍ଚ୍ଚ ମାସରେ ଜଣେ ବିଜେପି ନେତା ସହ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଝାଡଖଣ୍ଡର ରାମଗଡ ଠାରେ ଗୋ-ଚାଲାଣକାରୀଙ୍କୁ ନେଇ ହିଂସାକାଣ୍ଡ ହୋଇଥିଲା । ଯେଉଁଥିରେ ଟ୍ରକ ଡ୍ରାଇଭର ଅଲ୍ଲୀମୁଦୀନ ଅନସାରୀର ହତ୍ୟା କରାଯାଇଥିଲା । ଏହି ମାମଲାରେ ସ୍ଥାନୀୟ କୋର୍ଟ ଶୁଣାଣି କରିଥିଲେ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ପୂର୍ବରୁ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ । ଏବେ ସେହି ଦୋଷୀମାନଙ୍କ ଜାମିନ ପରେ ଫୁଲମାଳ ପିନ୍ଧାଇ ସ୍ୱାଗତ କରିବା ଘଟଣା ତାଙ୍କୁ ଅଡୁଆରେ ପକାଇ ଦେଇଛି । ଯାହାକୁ ନେଇ ବିରୋଧୀମାନଙ୍କୁ ଏବେ ବିଜେପିକୁ ଟାର୍ଗେଟ କରିବାକୁ ନୂଆ ଖୋରାଖ ଯୋଗାଇ ଦେଇଛି ।