ମୁସଲମାନଙ୍କ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବିବାଦୀୟ ବୟାନ! କହିଲେ, ବିଜେପିକୁ ଭୋଟ୍ ଦିଅନ୍ତିନି ମୁସଲିମ ସମ୍ପ୍ରଦାୟ କିନ୍ତୁ ଭେଦଭାବ କରେନି ଦଳ

23

କନକ ବ୍ୟୁରୋ : କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ରବିଶଙ୍କର କହିଛନ୍ତି ଯେ, ମୁସଲମାନ ବିଜେପିକୁ ଭୋଟ ଦିଅନ୍ତି ନାହିଁ । କିନ୍ତୁ ଦଳ ସେମାନଙ୍କ ସହ କୌଣସି ଭେଦଭାବ କରି ନାହିଁ । ଏବେ ବି ଦେଶରେ ବିଜେପିର ୧୩ ମୁଖ୍ୟମନ୍ତ୍ରୀ ଅଛନ୍ତି । ଦେଶରେ ବି ବିଜେପି ଶାସନ କରୁଛି । କିନ୍ତୁ ମୁସଲମାନଙ୍କ ସହ କେବେ ବି ଭେଦଭାବ କରିନାହିଁ ବିଜେପି ।

ବିଜେପିରେ ମୁକ୍ତାର ଆବାସ ନକଭି, ଏମ.ଜେ ଆକବର ଓ ଶାହାନୱାଜ ହୁସେନଙ୍କ ଭଳି ମୁସଲମାନ ଚେହେରା ଅଛନ୍ତି । ଏହାଛଡା ନଜମା ହେଫତୁଲ୍ଲା ଓ ସାଜିଆ ଇଲମିଙ୍କ ଭଳି ମୁସଲମାନ ମହିଳା ବି ବିଜେପି ସହିତ ସଂପୃକ୍ତ ଅଛନ୍ତି । ଏଭଳି ସ୍ଥିତିରେ ରବିଶଙ୍କର ପ୍ରସାଦଙ୍କ ବୟାନକୁ ନେଇ ବିଜେପି ଅଡୁଆରେ ପଡିବା ସମ୍ଭାବନା ରହିଛି ।