କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର : ଏକାଥରକେ ମିଳିବ ଦୁଇ ବର୍ଷର ବକେୟା ବୋନସ୍

48

କନକ ବ୍ୟୁରୋ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର । ଏହି ଖବର ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଦୁଇ ବର୍ଷର ବକେୟା ବୋନସ ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆନ୍ତ ମନ୍ତ୍ରୀସ୍ତ୍ରରୀୟ ବୈଠକରେ ଦେଇଥିବା ସୁପାରିସ ଅନୁସାରେ ଏହା ହୋଇଛି ବୋଲି ଜେଟଲି କହିଛନ୍ତି । ୨୦୧୪-୧୫, ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଦେବାକୁ ଥିବା ଏହି ବୋନସକୁ କେନ୍ଦ୍ର ସରକାର ତୁରନ୍ତ ଦେବା ପାଇଁ ନିଷ୍ପତି ନେଇଛନ୍ତି।

ଏହାଛଡା ଆଗକୁ ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ କର୍ମଚାରୀ ମାନେ ଦରମା ଓ ଭତା ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଆସନ୍ତା ୨ ତାରିଖରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଭାରତ ବନ୍ଦ କରିବାକୁ ଆହ୍ୱାନ ଦେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଘୋଷଣା କରିଛନ୍ତି। ଟ୍ରେଡ ୟୁନିଅନର ଅଧିକାଂଶ ଦାବିକୁ ସରକାର ମାନି ନେଇଥିବା ଜଣାପଡିଛି।