କେନ୍ଦ୍ର ସରକାର ଆଣିବେ ନୂଆ ନିୟମ:ପାର୍କିଂ ପାଇଁ ଜାଗା ନଥିଲେ କିଣି ପାରିବେନି କାର

22

କନକ ବ୍ୟୁରୋ : ଏଣିକି କାର୍ ପାର୍କିିଂ ସାର୍ଟିଫିକେଟ ନଦେଲେ ନୂଆ କାର୍ ରେଜିଷ୍ଟ୍ରେସନ ହୋଇପାରିବନାହିଁ । ନୂଆ କାର୍ ରେଜିଷ୍ଟ୍ରେସନ ସମୟରେ ପାର୍କିଂ ପାଇଁ ପର୍ୟ୍ୟାପ୍ତ ସ୍ଥାନ ଉପଲବ୍ଧ ଥିବା ନେଇ ଏକ ସାର୍ଟିଫିକେଟ ଜମା କରିବାକୁ ପଡିବ । ଏହି ସାର୍ଟିଫିକେଟ ଜମା କରିନପାରିଲେ ନୂଆ କାର୍ ରେଜିଷ୍ଟ୍ରେସନ ହୋଇପାରିବନାହିଁ । ଏନେଇ ଏକ ନୂଆ ଆଇନ ଆଣିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ସୂଚନା ମିଳିଛି ।

ଏନେଇ ପରିବହନ ବିଭାଗ ଓ ରାଜ୍ୟ ଗୁଡିକ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ସୂଚନା ଦେଇଛନ୍ତି । ରାଜ୍ୟ ପରିବାହନ ବିଭାଗ ଅଧିନରେ ଗାଡି ରେଜିଷ୍ଟ୍ରେସନ ହେଉଥିବା ବେଳେ ପାର୍କିଂ ସମସ୍ୟା ମ୍ୟୁନିସିପାଲିଟି ଅଧିନରେ ଆସିଥାଏ । ତେଣୁ ଏପରି ନିଷ୍ପତିକୁ ଲାଗୁ କରିବା କଷ୍ଟସାଧ୍ୟ ହେବବୋଲି ବିଶେଷଜ୍ଞ କହିଛନ୍ତି ।