ମେଂଟରେ ମିଶିଲେ ପ୍ୟାକେଜ ପାଇଲେ ! ନିର୍ବାଚନ ବେଳେ ମୋଦି ଘୋଷଣା କରିଥିଲେ, ଏବେ ଦେବେ . . ବିହାରକୁ ଯଲଦି ମିଳିବ ୧.୨୫ ଲକ୍ଷ କୋଟି

31

ବିଜେପି-ଜେଡ଼ିୟୁ ମେଣ୍ଟ ପରେ ବିହାର ଜନତାଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଖୁବ ଶୀଘ୍ର ବିହାରକୁ ୧.୨୫ ଲକ୍ଷ କୋଟିର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିବେ । ବିହାର ବିଧନାସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ୟାକେଜର ଘୋଷଣା କରିଥିଲେ । କିନ୍ତê ନିର୍ବାଚନରେ ବିଜେପିର ପରାଜୟ ଯୋଗୁଁ ସ୍ୱତନ୍ତ୍ର ପ୍ୟାକଜ କଥା ଭୁଲି ଯାଇଥିଲା କେନ୍ଦ୍ର । କିନ୍ତୁ ନୀତିଶ କୁମାର ଯେପରି ଆରଜେଡ଼ି ସହ ମେଣ୍ଟ ଭାଙ୍ଗି ବିଜେପି ସରକାର ସହ ମିଶିଲେ ସେହି ଦିନ ଏହି ପ୍ୟାକେଜ ମିଳିବାର ଆଶା ବଢ଼ିଗଲା ।

ବିହାରରେ ଏବେ ବେକାବୁ ହେଉଛି ବିହାର ବନ୍ୟା ପରିସ୍ଥିତି । ସଙ୍କଟରେ ଲକ୍ଷାଧିକ ଜନଜୀବନ । ବନ୍ୟା ପରିସ୍ଥିତି ଯୋଗୁଁ ଲୋକଙ୍କ ଅବସ୍ଥା ସଙ୍ଗୀନ । ଗୋଟିଏ ପଟେ ବନ୍ୟା ସମସ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ବିଗୁଡିଛି । ବନ୍ୟାରେ ଏପର୍ଯ୍ୟନ୍ତ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ବନ୍ୟାରେ ଫସଲ ମଧ୍ୟ ସବୁୁ ନଷ୍ଟ ହୋଇଯାଇଛି । ବିଗତ ସପ୍ତାହରେ ହିଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନରେନ୍ଦ୍ର ମୋଦିଙ୍କ ସହ ମିଶି ତାଙ୍କ ଘୋଷଣା କଥା ମନେ ପକାଇ ଦେଇଥିଲେ ।

ସୂଚନାଯୋଗ୍ୟ ବିହାର ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଅନ୍ଦାଜରେ ରାଲିରେ ବିହାର ପାଇଁ ପ୍ୟାକେଜ ଘୋଷଣା କରିଥିଲେ, ସେହି ସମୟରେ ନୀତିଶ କୁମାର ଓ ତାଙ୍କର ସହଯାଗୀ ଥିବା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଉକ୍ତ ଘୋଷଣାକୁ କେବଳ ନିର୍ବାଚନ ପାଇଁ ବୋଲି ଦର୍ଶାଇଥିଲେ । ନିତୀଶ ଓ ଲାଲୁ ମିଳିତ ଭାବେ ସମାଲୋଚନା କରି କହିଥିଲେ, ମୋଦି ବିହାରର ଜନତାଙ୍କ ନିଲାମ ଡାକୁଛନ୍ତି ।

ଏହି ମାଲାରେ ଜେଡ଼ିୟୁର ମୁଖ୍ୟ ପ୍ରବକ୍ତା କେସୀ ତ୍ୟାଗୀ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଏହି ପ୍ୟାଜେକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ୟୁପିଏ ସରକାରଙ୍କ ଠାରୁ ମଧ୍ୟ ସ୍ୱାତନ୍ତ୍ର ପ୍ୟାକେଜର ଦାବି କରିଥିଲେ । କିନ୍ତୁ ତାଙ୍କ ଦାବି ପୁରଣ ହୋଇନଥିଲା । ତ୍ୟାଗୀ କହିଛନ୍ତି ମୋଦି ଯାହା ଘୋଷଣା କରିଥିଲେ ତାହା ଖୁବ ଶୀଘ୍ର ବିହାର ଜନତାଙ୍କୁ ମିଳିବ । ଏହାସହ ଜେଡ଼ିୟୁ ଆଗାମୀ ଦିନରେ ଏନଡ଼ିଏ ସହ ସାମିଲ ହେବ ବୋଲି ତ୍ୟାଗୀ ଘୋଷଣା କରିଛନ୍ତି ।