ଆସନ୍ତା ସପ୍ତାହରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିବେ କେନ୍ଦ୍ର ସରକାର ! ମୋଦି ଦେଲେ ପ୍ରତିଶ୍ରୁତି, ଜାଣନ୍ତୁ କ’ଣ

20

ଦେଶର ଚାଷୀମାନଙ୍କ ପାଇଁ ମୋଦି ଆଣିବେ ବମ୍ପର ଅଫର । ଆସନ୍ତା ସପ୍ତାହରେ ମୋଦି ସରକାର ଅଧିସୁଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପାଇଁ ଘୋଷଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୁଚନା ମୁତାବକ ଅଧିସୁଚିତ ଖରିଫ ଫସଲ ପାଇଁ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ନେଇ ଆସନ୍ତା ସପ୍ତାହରେ ଘୋଷଣା କରାଯିବ । ଏନେଇ ଆସନ୍ତା କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ଦିଆଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭନରେ ଏନେଇ ୧୪୦ ଜଣିଆ କୃଷକ ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ କହିବା ମୁତାବକ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ଆସିଥିବା ୧୪୦ ଜଣିଆ କୃଷକ ପ୍ରତିନିଧି ମଣ୍ଡଳ ସହିତ ସାକ୍ଷାତ କରିଛନ୍ତି । ଏବଂ ଆସନ୍ତା କେନ୍ଦ୍ର କ୍ୟାବିନେଟରେ ଖରିଫ ଫସଲ ବାବଦରେ ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବା ନେଇ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯିବ । ଯାହାଦ୍ୱାରା ଚାଷୀମାନଙ୍କର ଆମଦାନୀ ଦୁଇଗୁଣା ବୃଦ୍ଧି ହେବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଖୁ ଚାଷୀଙ୍କ ବକେୟା ଟଙ୍କା ବାବଦରେ ମଧ୍ୟ ନିଷ୍ପତି ନେଇଛନ୍ତି । ସରକାରଙ୍କ ଏଥିପାଇଁ ନୀତିଗତ ନିଷ୍ପତି ନେଇଛନ୍ତି ଯାହାଦ୍ୱାରା ଗତ ୧୦ ଦିନ ମଧ୍ୟରେ ଆଖୁଚାଷୀମାନେ ପାଖାପାଖି ୪ହଜାର କୋଟି ଟଙ୍କା ବକେୟା ଅର୍ଥ ପାଇଥିବା କହିଛନ୍ତି ମୋଦି । ଦିଲ୍ଲୀ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୧୪୦ ଜଣିଆ କୃଷକ ପ୍ରତିନିଧି ମଣ୍ଡଳୀ ସହିତ ଚାଷ ସମ୍ପର୍କିତ ବିିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଚାଷୀମାନଙ୍କୁ ଉତ୍ତମ ଚାଷ ଉତ୍ପାଦନ ପାଇଁ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଅନୁରୋଧ କରିଥିଲେ । ଯାହାଦ୍ୱାରା ୨୦୨୨ ମଧ୍ୟରେ ରାସାୟନିକ ପ୍ରଣାଳୀ ହ୍ରାସ କରି ୧୦ ପ୍ରତିଶତ ଅଧିକ ଆୟ ବୃଦ୍ଧି କରିହେବ ବୋଲି କହିଥିଲେ ମୋଦି ।