ଏଣିକି ଟ୍ରେନରେ ଯାତ୍ରା କରିବା ହେବ ଆହୁରି ସହଜ ! ସରକାର ଲଞ୍ଚ କଲେ ଏହି ଦୁଇଟି ଆପ, ଜାଣନ୍ତୁ କିଭଳି ପାଇବେ ଫାଇଦା ।

34

ରେଳଯାତ୍ରାକୁ ସହଜ କରିବା ପାଇଁ ଭାରତ ସରକାର ସୋମବାର ଦିନ ଦୁଇଟି ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ଦୁଇଟି ନୂଆ ସୁବିଧା ନା କେବଳ ଆପଣଙ୍କ ଯାତ୍ରାକୁ ସହଜ କରିବ ବରଂ ଏହା ଦ୍ୱାରା ଆପଣଙ୍କ ଯାତ୍ରା ସୁଖଦ ମଦ୍ୟ ହୋଇଯିବ । ସୋମବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କେନ୍ଦ୍ର ରାଜ୍ୟମନ୍ତ୍ରୀ ମନୋଜ ସିହ୍ନା ରେଳରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଦୁଇଟି ନୂଆ ଆପ ଲଞ୍ଚ କରିଛନ୍ତି । ଏହି ଦୁଇଟି ଆପ ରେଳ ଏବଂ କୋୟଲା ମନ୍ତ୍ରାଳୟର ୪ ବର୍ଷର ଉପଲବ୍ଧିରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀ ଅବସରରେ ଲଞ୍ଚ କରାଯାଇଛି । କାର୍ଯ୍ୟକ୍ରମ ଅବସରରେ ମନୋଜ ସିହ୍ନା ଏବଂ ପୀୟୁଷ ଗୋୟଲ ‘ରେଲ ମଦଦ୍’ ଅବଂ ମେନ୍ୟୁ ଅନ୍ ରେଲ୍ସ’ ନାମରେ ଦୁଇଟି ଆପ ଲଞ୍ଚ କରିଛନ୍ତି ।

କିଭଳି କାମ କରିବ ଏହି ଆପ :

ରେଲ ମଦଦ୍ :

ରେଲ ମଦଦ ଆପ ଜରିଆରେ ଆପଣ ଯାତ୍ରା ସମୟରେ ଟ୍ରେନରେ ଦେଖାଯାଉଥିବା ଅସୁବିଧା ସମ୍ବନ୍ଧରେ ଆପଣ ଅଭିଯୋଗ ଦାଖଲ କରିପାରିବେ । ଏହି ଆପ ଜରିଆରେ ଆପଣଙ୍କ ଅଭିଯୋଗର ସମାଧାନ ହୋଇପାରିବ ।

ମେନ୍ୟୁ ଅନ୍ ରେଲ୍ସ : 

ଏହି ଆପ ଜରିଆରେ ଆପଣ ଟ୍ରେନରେ ଖାଦ୍ୟ ଅର୍ଡର କରିପାରିବେ । ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ ଗତ ସପ୍ତାହରେ ଏହି ଆପ ଲଞ୍ଚ କରିବା ନେଇ ଘୋଷଣା କରିଥିଲା ।
କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ, ପ୍ରତିବର୍ଷ ଗରିବ ମାନଙ୍କର କନେକ୍ଟିଭିଟି ବଢାଇବା ପାଇଁ ଚିନ୍ତା କରାଯାଉଛି । କ୍ରମାଗତ ଭାବରେ ରେଳ ଯାତ୍ରା ସମୟରେ କିଭଳି ସୁରକ୍ଷା ଗ୍ରହଣ କରାଯାଇପାରିବ ସେ ବାବଦରେ ଚିନ୍ତା କରାଯିବା ସହ କିଭଳି ଖୁବ ଶୀଘ୍ର ପ୍ରତିଟି କୋଚରେ ସିସିଟିଭି କ୍ୟାମେରା ଲାଗି ପାରିବ ସେନେଇ ଭାରତୀୟ ରେଳବାଇ କାମ ଆରମ୍ଭ କରିଛି ।