୧ କୋଟି ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର : ୨ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

38

କନକ ବ୍ୟୁରୋ : କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର, ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧିି କରାଯାଇଛି । କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ପରେ ବଢ଼ିଲା ଭତ୍ତା । ଭତ୍ତା ବୃଦ୍ଧି ପରେ ଡିଏ ୯ ପ୍ରତିଶତ ହୋଇଯାଇଛି । ସୂଚନା ଅନୁସାରେ ମହଙ୍ଗା ଭତ୍ତା ବଢ଼ିବା ପରେ ୧.୧୦ କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏହି ସୁବିଧା ମିଳିବ । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ୭ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି । ୨ ପ୍ରତିଶତ ବୃଦ୍ଧି ପରେ ଏବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ୯ ପ୍ରତିଶତ ଭତ୍ତା ପାଇବେ । ସପ୍ତମ ବେତନ ଆୟୋର ଫର୍ମୁଲା ଅନୁସାରେ ଏହି ବୃଦ୍ଧି କରାଯାଉଛି ।

https://aajtak.intoday.in/

ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଥିଲେ । ଚଳିତ ବର୍ଷ ମାର୍ଚ୍ଚରେ ଏହାର ଘୋଷଣା ହୋଇଥିଲା । ମହଙ୍ଗା ଭତ୍ତା ସୂଚନା ଅନୁସାରେ ସରକାରୀ କର୍ମଚାରୀ, ପବ୍ଲିକ ସେକ୍ଟର ଇମ୍ପଲାଇଜ ଓ ପେପନସନ ଭୋଗୀଙ୍କୁ ଏହି ମହଙ୍ଗା ଭତ୍ତା ମିଳେ । ଭାରତ ପରି ପାକିସ୍ତାନ ଓ ବାଙ୍ଗଲାଦେଶରେ ମଧ୍ୟ ଡିଏ ଦିଆଯାଏ । ବଜାର ଦର ଓ କର୍ମଚାରୀଙ୍କ ବେସିକ ସାଲାରୀ ଅଧାରରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ ।