ବଢିଲା ସାଂସଦଙ୍କ ଅଡୁଆ! ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଅବକାରୀ ବିଭାଗର ରେଡ୍

29

କନକ ବ୍ୟୁରୋ : ସାଂସଦ ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ରେଡ । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ଓ ସୋମନାଥପୁର ପାଇପ କମ୍ପାନୀରେ ଚଢାଉ ଜାରି ରହିଛି । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ୯ ଜଣିଆ ଟିମ୍ ଏହି ରେଡ୍ କରିଛନ୍ତି । ୫ ଜଣ ଅଧିକାରୀ ସାଂସଦଙ୍କ ଅଫିସରେ ଛାନଭିନ୍ ଜାରି ରଖିଥିବା ବେଳେ ୪ ଜଣ ପାଇପ କମ୍ପାନୀରେ ରେଡ କରୁଛନ୍ତି । ତେବେ କେଉଁ କାରଣରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ଅଚାନକ୍ ଏ ଚଢାଉ କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।