ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର : ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତା

99

କନକ ବ୍ୟୁରୋ : ବଢ଼ିଲା ମହଙ୍ଗା ଭତା । ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର ଦେଲେ ରାଜ୍ୟ ସରକାର । ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କଲେ ସରକାର । ମୋଟ ୯ ପ୍ରତିଶତରେ ପହଞ୍ଚିଲା ମହଙ୍ଗା ଭତା । ପୁର୍ବରୁ ୭ ପ୍ରତିଶତ ଥିଲା ମହଙ୍ଗା ଭତା । ଏହି ବର୍ଦ୍ଧିିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ। ବର୍ଦ୍ଧିିତ ଭତ୍ତା ଯୋଗୁଁ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀ ମଧ୍ୟ ଉପକୃତ ହେବେ ।

money savings tricks
image courtesy – imageduniya.com

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗାଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଗତ ଏପ୍ରିଲ ମାସରେ ମଧ୍ୟ ବଢ଼ିଥିଲା ୨ ପ୍ରତିଶତ ଭତା । ୫ ପ୍ରତିଶତରୁ ବଢ଼ି ୭ ପ୍ରତିଶତ ହୋଇଥିଲା, ଯାହା ଏବେ ୯ ପ୍ରତିଶତରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ଅନୁମୋଦନ ଦେଇଛନ୍ତି । ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ମଧ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ବୋଲି ଜଣାପଡ଼ିଛି ।

ମହଙ୍ଗା ଭତ୍ତା ଅଥବା ଡିଏ ସରକାରୀ କର୍ମଚାରୀ, ପବ୍ଲିକ ସେକ୍ଟର କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦିଆ ଯାଇଥାଏ । ଭାରତ ଭଳି ପାକିସ୍ତାନ ଏବଂ ବାଙ୍ଗଲାଦେଶରେ ଡିଏ ଦିଆଯାଇଥାଏ । ମହଙ୍ଗା ଭତ୍ତା କେତେ ମିଳିବ ବର୍ଦ୍ଧିତ ଦରମା ଏବଂ ବେସିକ ଦରମା ଆଧାରରେ ନିଷ୍ପତ୍ତି ନିଆଯାଇଥାଏ ।