କନ୍ଧମାଳ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କଲା କେନ୍ଦ୍ରୀୟ କଂଗ୍ରେସ ଟିମ୍ : ଆଜି ଭୁବନେଶ୍ୱରରେ ପ୍ରେସମିଟ୍

17

କନ୍ଧମାଳ : କନ୍ଧମାଳ ବାଲିଗୁଡ଼ା ଘଟଣାର ଅନୁଧ୍ୟାନ କରିଛି କେନ୍ଦ୍ରୀୟ କଂଗ୍ରେସ କମିଟିର ୫ ଜଣିଆ ଟିମ୍ । ଗତକାଲି ବାଲିଗୁଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗୁଳିକାଣ୍ଡ ନେଇ ଲୋକଙ୍କ ସହ ଆଲୋଚନା କରିଥିଲା । ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଓ କିଶୋର ଚନ୍ଦ୍ର ଦେବଙ୍କ ସମେତ ଟିମରେ କଂଗ୍ରେସର କେ.ଏଚ. ମୁନିୟାପା, ଭୀମସେନ ପାଲା ଓ ଅରୁଣ ଓରାଂ ସାମିଲ ହୋଇଥିଲେ । ଏହି ଟିମ୍ ଆଜି ଭୁବନେଶ୍ୱରରେ ଏକ ସମ୍ବାଦିକ ସମ୍ମିଳନୀ କରି ଅନୁଧ୍ୟାନ ନେଇ ଗଣମାଧ୍ୟମକୁ ଅବଗତ କରିବେ । ଏହି କେନ୍ଦ୍ରୀୟର ୫ ଜଣିଆ ଟିମ୍ ସହ ଓଡିଶା ସହପ୍ରଭାରୀ ଶୁଭଙ୍କର ସରକାର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ କନ୍ଧମାଳ ଗସ୍ତ କରିଥିଲେ।