ଘରୋଇ ସଂସ୍ଥା ବିକି ପାରିବେ କୋଇଲା : କ୍ୟାବିନେଟର ନିଷ୍ପତ୍ତିି

70

କନକ ବ୍ୟୁରୋ : କ୍ୟାବିନେଟର ନିଷ୍ପତ୍ତି । ଘରୋଇ ସଂସ୍ଥା ବିକି ପାରିବେ କୋଇଲା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଦେଶରେ କୋଇଲା ଉତ୍ପାଦନ ଏବଂ ବିକ୍ରି କ୍ଷେତ୍ରରେ ଉଭୟ ସ୍ଥାନୀୟ ଏବଂ ବିଦେଶୀ କଂପାନୀ ପ୍ରବେଶ କରିପାରିବେ ବୋଳି କ୍ୟାବିନେଟ ମିଟିଂରେ ନିଷ୍ପତି ନିଆଯାଇଛି । ବାଣିଜ୍ୟିକ କୋଇଲା ଖଣି କ୍ଷେତ୍ରକୁ ସରକାର ଘରୋଇ ସଂସ୍ଥା ରୁପେ ବ୍ୟବାହାର କରିଛନ୍ତି । ଯାହା ପାଇଁ ଦେଶର ଦେଶର ଏକମାତ୍ର କୋଇଲା କଂପାନୀ କୋଲ ଇଣ୍ଡିଆ କୋଇଲାକୁ ଉତୋଳନ କରି ବଜାରରେ ଅନ୍ୟ ସଂସ୍ଥାକୁ ବିକି କରିପାରୁଛି । ଆଗାମୀ ଦିନରେ ଘରୋଇ ସଂସ୍ଥା ମଧ୍ୟ ଏହି କାର୍ଯ୍ୟ କରିପାରିବେ । କ୍ୟାବିନେଟରେ ଏହି ନିଷ୍ପତି ଦ୍ୱାରା କୋଇଲାକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବଢ଼ିବ ।