କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳର ଯବାନଙ୍କ ପାଇଁ ଖୁସି ଖବର ! ଏବେ ୫୭ ବଦଳରେ ୬୦ ବର୍ଷରେ ନେଇପାରନ୍ତି ଅବସର , ଆଦେଶ ଦେଲେ ଗୃହ ମନ୍ତ୍ରାଳୟ ।

353

ସବୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ (ସିଏପିଏଫ୍) ର ଯବାନ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ସୋମବାର ଜାରି କରାଯାଇଥିବା ସରକାରୀ ଆଦେଶରେ ଏହା ଘୋଷଣା କରାଯାଇଛି । ପିଟିଆଇ ମୁତାବକ , କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଆଦେଶରେ କୁହାଯାଇଛି ଯେ ସେନାର ସବୁ କର୍ମଚାରୀ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ,ସୀମା ସୁରକ୍ଷା ବଳ ,ଭାରତ-ତିବ୍ଦତ ସୀମା ପୋଲିସ୍ , ସଶସ୍ତ୍ର ସୀମା ବଳ ୫୭ ବଦଳରେ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ପ୍ରଥମେ କିଛି ପଦବୀ ପାଇଁ ଅଧିକାରୀ ତଥା କର୍ମୀଙ୍କ ବୟସ ସୀମା ୫୭ ବର୍ଷ ଥିଲା କିନ୍ତୁ ଏବେ ଏହା ବଢି ୬୦ ହୋଇଯାଇଛି ।

ଆପଣଙ୍କୁ କହିରଖୁଛୁ ବର୍ତ୍ତମାନର ନିୟମ ମୁତାବକ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଆସାମ ରାଇଫଲ୍ସ ଯବାନ ୬୦ ବର୍ଷ ବୟସରେ ସେବାରୁ ନିବୃତ ନେଉଛନ୍ତି । ସିଆରପିଏଫ୍ ,ବିଏସଏଫ୍ , ଆଇଟିବିପି ଏବଂ ଏସଏସବିରେ ବର୍ତ୍ତମାନ କନେଷ୍ଟବଳ ଠାରୁ ଆରମ୍ଭ କରି କମାଣ୍ଡେଣ୍ଟ୍ ସ୍ତରର କର୍ମୀଙ୍କ ଅବସର ବୟସ ୫୭ ବର୍ଷ ରହିଛି । କିନ୍ତୁ ଉଚ୍ଚ ପଦର ଅଧିକାରୀଙ୍କ ସେବାନିବୃତ ବୟସସୀମା ୬୦ ବର୍ଷ ରହିଛି । ବର୍ତ୍ତମାନ ଗୃହ ମନ୍ତ୍ରାଳୟଙ୍କ ପକ୍ଷରୁ ଏହି ଆଦେଶକୁ ପାଳନ କରିବା ପାଇଁ ସବୁ ସୁରକ୍ଷା ବଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁରକ୍ଷା ବଳଙ୍କୁ ସାରା ଦେଶରେ ଆନ୍ତରିକ ସୁରକ୍ଷା ସହ ଜଡିତ ଥିବା ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥାଏ । ଯେଉଁଥିରେ ସୀମାରେ ପ୍ରହରା ଦେବା , ଆତଙ୍କବାଦ ଏବଂ ନକ୍ସଲ ବିରୋଧ ଅଭିଯାନ ଏବଂ ଆଇନ୍ ବ୍ୟବସ୍ଥା ବଜାୟ ରଖିବା ସାମିଲ୍ ରହିଛି ।