ମୋଦି ସରକାରଙ୍କ ଓଡିଶାକୁ ସହାୟତା ନେଇ ବିଜେଡି- ବିଜେପି ମୁହାଁମୁହିଁ : ଅମିତ ଶାହଙ୍କ ଭାଷଣ ପରେ ଜୋର ଧରିଲା ରାଜନୀତି

28

କନକ ବ୍ୟୁରୋ : କେନ୍ଦ୍ରୀୟ ସହାୟତାକୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି ଓ ବିଜେପି । ଭୁବନେଶ୍ୱରରେ ଜନଜାଗରଣ ମହାସମାବେଶରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓଡିଶାକୁ ମୋଦି ସରକାର ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଦେଉଥିବା କହିବା ପରେ ଏହାକୁ ନେଇ ତୁ ତୁ ମେ ମେ ଆରମ୍ଭ ହୋଇଛି ।

ମୋଦି ସରକାର ଅଢ଼େଇ ବର୍ଷରେ ଓଡ଼ିଶାକୁ ୧ଲକ୍ଷ ୩୦ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦେଇଥିବା କହିଥିଲେ ଶାହ । ଏହାକୁ ନେଇ ଏବେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଅମିତ ଶାହଙ୍କ ଭାଷଣରେ ସତ୍ୟତା ନାହିଁ, ଭୁଲ୍ ହିସାବ ଦିଆଯାଇଛି ବୋଲି ବିଜେଡି ଅଭିଯୋଗ ଆଣିଥିବା ବେଳେ ଏହାକୁ ଚ୍ୟାଲେଂଜ୍ କରିଛି ବିଜେପି ।

କେନ୍ଦ୍ରର ସହାୟତା ରାଶି ୧ ଲକ୍ଷ ୩୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଜି ପ୍ରତିଜବାବ ଦେଇଛି ବିଜେପି । ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ବିବୃତିକୁ ଚ୍ୟାଲେଂଜ୍ କରିଛନ୍ତି ବିଜେପିର ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ।

ଦେଖନ୍ତୁ ଏହି ଭିଡିଓ :