ଦାମଙ୍କୁ ସୁହାଇଲା ଦିଲ୍ଲୀର କଥା ! କେନ୍ଦ୍ର କୃଷି ସଚିବ କହିଲେ ଚାଷୀ ଆତ୍ମହତ୍ୟା ଫସଲ କ୍ଷତି ଯୋଗୁଁ କି ନୁହେଁ ତଦନ୍ତ ହେବା ଦରକାର

37

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା, ଫସଲ କ୍ଷତିଜନିତ କି ନୁହେଁ ବିଶେଷଜ୍ଞ କମିଟି ଦ୍ୱାରା ତାର ଫୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର । କେନ୍ଦ୍ର କୃଷି ସଚିବଙ୍କ ଏହି ବୟାନ ଆଜି ବେଶ୍ ସୁହାଇଛି ରାଜ୍ୟ ସରକାରଙ୍କୁ । ରାଜ୍ୟରେ ଚାଷୀଙ୍କ ଦୁଃସ୍ଥିତିକୁ ନେଇ ବିଜେପି-ବିଜେଡି ରାଜନୈତିକ ଆକ୍ରମଣ ଭିତରେ ହଠାତ ରାଜ୍ୟ କୃଷିମନ୍ତ୍ରୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି କେନ୍ଦ୍ର କୃଷି ସଚିବ ।

ରାଜ୍ୟ କୃଷିମନ୍ତ୍ରୀଙ୍କ ଭାଷା କହିଲେ କେନ୍ଦ୍ର କୃଷି ସଚିବ ।ଚାଷୀ ଆତ୍ମହତ୍ୟା ଫସଲ କ୍ଷତି ଜନିତ କି ନୁହେଁ ବିଶେଷଜ୍ଞ କମିଟି ଦ୍ୱାରା ତାର ଫୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର । ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କେନ୍ଦ୍ର କୃଷି ସଚିବ ଶୋଭନ ପଟ୍ଟନାୟକଙ୍କ ଏହି କଥା ରାଜ୍ୟ ସରକାରଙ୍କୁ ବେଶ ସୁହାଇଛି । କାରଣ ପ୍ରତିଥର ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଅସ୍ୱୀକାର କରିଆସିଛନ୍ତି ରାଜ୍ୟ ସରକାର । ଫସଲ କ୍ଷୟକ୍ଷତି ଯୋଗୁଁ ନୁହେଁ ବରଂ ଅନ୍ୟାନ କାରଣରୁ ଚାଷୀ ଆତ୍ମହତ୍ୟା କରୁଥିବା ସଫେଇ ଦେଉଛନ୍ତି । ତେବେ କେନ୍ଦ୍ର ସଚିବଙ୍କ ଏହି ବୟାନ ରାଜ୍ର ସରକାରଙ୍କ ପାଇଁ ସଞ୍ଜୀବନି ସାବ୍ୟସ୍ତ ହୋଇଛି ।

farmer deathସବୁଠାରୁ ବଡକଥା ହେଉଛି ଚାଷୀ ଆତ୍ମହତ୍ୟାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ଆକ୍ରମଣ ଜୋରଦାର ହୋଇଛି । ମରୁଡି ଓ ରୋଗପୋକ ଦାଉରେ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗକୁ ନେଇ ନବୀନ ସରକାରଙ୍କ ଉପରେ ବର୍ଷୁଛନ୍ତି କେନ୍ଦ୍ରୀୟ ନେତା । କିନ୍ତୁ ଏଭଳି ସମୟରେ ଭିନ୍ନ ମତ ପୋଷଣ କରିଛନ୍ତି କେନ୍ଦ୍ର କୃଷି ସଚିବ ।
ଚାଷୀ ଆତ୍ମହତ୍ୟା ଅନ୍ୟାନ୍ୟ କାରଣ ପାଇଁ ହେଉଛି ବୋଲି ପୂର୍ବରୁ ବାରମ୍ବାର କୃଷି ମନ୍ତ୍ରୀ କହିଛନ୍ତି । ଏପରିକି ଢେଙ୍କାନାଳ କାମାକ୍ଷା ନଗରର ଚାଷୀ ବାସୁ ହେମବ୍ରମ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଜିଲ୍ଲାପାଳ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଥିଲେ କୃଷିମନ୍ତ୍ରୀ ଦାମୋଦର ରାଉତ । ସେହିପରି ବରଗଡ କଳାପାଣୀର ଚାଷୀ ବୃନ୍ଦା ସାହୁ ଚାଷ ପାଇଁ କୌଣସି ଋଣ ନେଇ ନଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ଦାମ । ଡେରିରେ ହେଉ ପଛେ କେନ୍ଦ୍ର କୃଷି ସଚିବ ଦାମଙ୍କ ସ୍ୱରରେ ସ୍ୱର ମିଳାଇବା ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଛି ।

ରାଜ୍ୟରେ ଚାଷୀଙ୍କ ଦୁଃସ୍ଥିତିକୁ ନେଇ ବିଜେପି-ବିଜେଡି ରାଜନୈତିକ ଆକ୍ରମଣ ଭିତରେ ହଠାତ ରାଜ୍ୟ କୃଷିମନ୍ତ୍ରୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି କେନ୍ଦ୍ର କୃଷି ସଚିବ । ଯାହା ନବୀନ ସରକାରଙ୍କ ଉପରେ କେନ୍ଦ୍ରୀୟ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପାଣିଚିଆ କରିଦେଇଥିବା ଚର୍ଚ୍ଚା ହେଉଛି ।