କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ବେଙ୍ଗାଲୁରୁରେ ପରଲୋକ । ସାରା ଦେଶରେ ଶୋକର ଛାୟା

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ବେଙ୍ଗାଲୁରୁରେ ପରଲୋକ ଘଟିଛି

339

କନକ ବ୍ୟୁରୋ : ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ବେଙ୍ଗାଲୁରୁରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ। ଅନନ୍ତ କୁମାର ମୋଦି କ୍ୟାବିନେଟ୍ରେ ସଂସଦୀୟ ମନ୍ତ୍ରୀ ଥିଲେ। ସେ ଲୋକସଭାକୁ ୬ ଥର ମଧ୍ୟ ନିର୍ବାଚିତ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ସେ ଦୀର୍ଘଦିନ ଧରି ହେବ କ୍ୟାନସରରେ ପୀଡିତ ଥିବା ସହ ଭେଣ୍ଟିଲେଟରରେ ରହି ଚିକିତ୍ସା ମଧ୍ୟ ହେଉଥିଲେ । ତେବେ ଗତକାଲି ରାତିରେ ସେ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୁତ୍ୟୁ ଖବର ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

 

ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ମଧ୍ୟ ଶୋକ ଖେଳିଯାଇଛି । ମେଡିକାଲରେ ନିକଟ ସମ୍ପର୍କୀୟଙ୍କ ଭିଡ ଜମିଥିବା ବେଳେ ଅନେକ ନେତା ମଧ୍ୟ ରାତିରେ ପହଚିଂ ଶେଷ ଦର୍ଶନ କରିଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ମଧ୍ୟ ଅନେକ ବରିଷ୍ଠ ନେତା ପହଚିଂଛନ୍ତି । ତେବେ ଅନନ୍ତଙ୍କ ମରଶରୀରକୁ ଶେଷ ଶ୍ରଦ୍ଧାଜଂଳୀ ଦେବା ପାଇଁ ଧିରେ ଧିରେ ଜନସାଧାରଣ ଓ ନେତାଙ୍କ ଭିଡ ଜମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ତେବେ କେଉଁଠାରେ ଓ କେତେବେଳେ ତାଙ୍କର ଶେଷକୃତ୍ୟ ହେବ ତାହାର ସୂଚନା ମିଳିନାହିଁ ।