ଫିଲ୍ମରେ ଏବେ ଦେଖିବାକୁ ମିଳିବ ବୋଲ୍ଡ ଓ ନ୍ୟୁଡ୍ ଦୃଶ୍ୟ : ଚାଲିବନି ସେନ୍ସରର କଇଁଚି

71

ଏବେ ସିନେମାରେ ରହିବ ବୋଲ୍ଡ, ଅନ୍ତରଙ୍ଗ ଓ ନ୍ୟୁଡ୍ ଦୃଶ୍ୟ । ଏଭଳି ଦୃଶ୍ୟ ଥିବା ସିନେମାରେ ଆଉ ଚାଲିବନି ସେନ୍ସରର କଇଁଚି । କିନ୍ତୁ ଏହି କଣ୍ଟେଟ୍ ଥିବା ସିନେମା ଗୁଡିକୁ ମିଳିବି ଏକ ସ୍ୱତନ୍ତ୍ର ବିଭାଗର ସାର୍ଟିଫିକେଟ୍ । ତେବେ ଖୁବ୍ ଶୀଘ୍ର ଏନେଇ ଗାଇଡଲାଇନ୍ ପ୍ରସ୍ତୁତ କରି ପ୍ରସାରଣ ମନ୍ତ୍ରାଣାଳୟକୁ ପଠାଯିବ ।

ସିନେମାରେ ଲମ୍ବା ଚୁମ୍ବନ ଦୃଶ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ଅନ୍ତରଙ୍ଗ ଦୃଶ୍ୟ ଓ ଅଶ୍ଳୀଳ ଭାଷା ବ୍ୟବହାର ହୋଇଥିବା ଦୃଶ୍ୟ ଗୁଡିକୁ ସେନ୍ସର୍ ବୋର୍ଡ କାଟି ଦିଏ । ସେମିତି ଏକ ସିନେମା ହେଉଛି ସାହିଦ୍ କପୁରଙ୍କ ‘ଉଡତା ପଞ୍ଜାବ’ । ଏହି ସିନେମାରୁ ପ୍ରାୟ ୧୦୦ଟି ଦୃଶ୍ୟକୁ କାଟି ଦେଇଥିଲା ସେନ୍ସର୍ । ଫଳରେ ଏନେଇ ଫିଲ୍ମ ନିର୍ମାତା ବୋର୍ଡର ଅଧ୍ୟକ୍ଷ ପହଲାଜ୍ ନିହଲାନୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ଏହା ପରେ କେନ୍ଦ୍ର ସରକାର ବୋର୍ଡରେ ସୁଧାର ଆଣିବା ପାଇଁ ଶ୍ୟାମ୍ ବେନେଗଲ୍ ସମିତି ଗଠନ କରିଥିଲେ । ନୂଆ ନିୟମ ଅନୁୟାୟୀ ଫିଲ୍ମରେ ସେନ୍ସର ବୋର୍ଡର ଭୂମିକା ସୀମିତ ରହିବ ।