ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ’ରେ ଲାଗିଲା ସେନ୍ସରର କଇଁଚି : କଟିଲା ରଣବୀର ଓ ଐଶ୍ୱର୍ଯ୍ୟାଙ୍କ ୩ଟି ଅନ୍ତରଙ୍ଗ ଦୃଶ୍ୟ

79

ରଣବୀର କପୁର, ଅନୁଷ୍କା ଶର୍ମା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ’ ପାଇଁ ଅଡୁଆ ତୁଟିବାର ନାଁ ଧରୁନାହିଁ । ଫିଲ୍ମରେ ରଣବୀର ଓ ଐଶ୍ୱର୍ଯ୍ୟାଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟକୁ ହଟାଇ ଦେଇଛି ସେନସର ବୋର୍ଡ । ଏଥିରୁ ଜଣାପଡୁଛି ସେନସର ବୋର୍ଡ ଏହି ଫିଲ୍ମର ରିଲିଜ ଉପରେ ପୁରା ନଜର ରଖିଛି ।

ତେବେ ଶୁଣିବାକୁ ମିଳିଛି ଯେ ଏହି ଅନ୍ତରଙ୍ଗ ଦୃଶ୍ୟ ଭିତରୁ କିଛି ସିନ୍ ଟ୍ରେଲରରେ ବି ବ୍ୟବହାର ହୋଇଛି । ଫିଲ୍ମଟି ଅକ୍ଟୋବର ୨୮ରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଏହି ଫିଲ୍ମକୁ ନେଇ କିଛି ଦିନ ଧରି ବିବାଦ ଲାଗିରହିଛି । ପାକିସ୍ତାନୀ କଳାକାର ଫୱାଦ୍ ଖାନ୍ ଏଥିରେ ଅଭିନୟ କରିଥିବାରୁ କିଛି ସିନେ ପ୍ରଶଂସକ ଏହି ଫିଲ୍ମର ରିଲିଜକୁ ବିରୋଧ କରୁଛନ୍ତି ।

ଏହା ସହ ଦେଖନ୍ତୁ : ‘ବ୍ରେକ୍ ଅପ୍’ରେ ଡ୍ୟାନ୍ସ କଲେ ରଣବୀର୍ ଓ ଅନୁଷ୍କା ! ରିଲିଜ୍ ହେଲା ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ’ର ଆଉ ଏକ ଗୀତ