ଦୀପାବଳୀ ମିଠେଇ : ଏଥର ଦୀପାବଳୀ ସ୍ୱାସ୍ଥ୍ୟର ରଖନ୍ତୁ ଧ୍ୟାନ,ପାଳନ୍ତୁ ଡାଇବେଟିସ୍ ଫ୍ରି ଦୀପାବଳୀ ।

65

ମଧୂମେହ ତଥା ଡାଇବେଟିସ୍ ହେଉଛି ଏକ ହାନିକାରକ ରୋଗ । ଏହି ରୋଗକୁ ନିଜଠାରୁ ଦୂରେଇବାକୁ ହେଲେ ଦେହପା’ର ଖୁବ୍ ଯତ୍ନ ନେବାକୁ ପଡେ । ତେବେ ଦୀପାବଳୀ ଅବସରରେ ଘରଲୋକଙ୍କୁ ମିଠେଇର ସ୍ୱାଦ ନେଉଥିବା ଦେଖି କିଛି ମଧୂମେହ ରୋଗୀ ମିଠା ଖାଇନିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପକ୍ଷେ ବହୁ ହାନିକାରକ ହୋଇଥାଏ । କିନ୍ତୁ ଆପଣ ଚାହିଁଲେ ଏହି ଦୀପାବଳୀକୁ ଡାଇବେଟିସ୍ ଫ୍ରି ଦୀପାବଳୀ ରୁପେ ପାଳନ କରିପାରିବେ ।

ଡାଇବେଟିସ୍ ଫ୍ରି ଦୀପାବଳୀ ପାଳିବାର ଉପାୟ :

* ମଧୂମେହ ରୋଗୀଙ୍କୁ ଦୀପାବଳୀ ଅବସରରେ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବାକୁ ହେବ । କିଛି କିଛି ସମୟରେ ସୁଗର ଲେବଲକୁ ଚେକ୍ କରିବାକୁ ପଡିବ । ଏହି ସମୟରେ ଘରଲୋକଙ୍କୁ ରୋଗୀଙ୍କ ଖାସ୍ ଧ୍ୟାନ ରଖିବାକୁ ହେବ ।

*  ଯଅ ଅଟା,ବାଜରା ଅଟା ଫାଇବର ଯୁକ୍ତ ହୋଇଥାଏ । ଯାହା ମଧୂମେହ ରୋଗୀଙ୍କ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ ।

* ଓଟସ୍ ଦଲିଆରେ ନା କେବଳ ପ୍ରୋଟିନ୍ ଥାଏ ଏହା ଫାଇବରଯୁକ୍ତ ମଧ୍ୟ ହୋଇଥାଏ । ଯାହା ସୁଗର କଣ୍ଟ୍ରୋଲ୍ କରିଥାଏ । ପାଣି ଅଧିକ ପିଅନ୍ତୁ ।

* ମଧୁମେହ ରୋଗୀଙ୍କ ପାଇଁ ବଜାରରେ ନାନା କିସମର ସୁଗର ଫ୍ରି ମିଠେଇ ମିଳୁଛି ଯେଭଳି ପେଡା,କାଜୁ କତରି ଇତ୍ୟାଦି । ସୀରାମିଶା ମିଠେଇ ଆଦୌ ଖାଆନ୍ତୁ ନାହିଁ ।

* ମଠରୀ,ଶକ୍କରପାଲୀ,ଚକଲୀ,କଚୋଡୀ ଭଳି କିଛି ଶୁଖିଲା ମିଠେଇ ଖାଆନ୍ତୁ । ଅଧିକ ତୈଳାକ୍ତ କିମ୍ବା ଘିଅ ଆଦି ମିଠେଇ ଖାଇବାରୁ ଦୂରେଇ ରୁହନ୍ତୁ ।

* ଖାଦ୍ୟଲୋଭରେ ମିଠେଇ ଖାଇନେଉଛନ୍ତି ତେବେ ଛଅ ସାତ ଦିନ ପର୍ଯ୍ୟନ୍ତ ସନ୍ତୁଳିତ ଆହାର କରନ୍ତୁ ।