ବେଆଇନ ଖଣି ଉତ୍ତୋଳନ ମାମଲା ! ଆଜି ଦିଲ୍ଲୀରେ ସିଇସି ବୈଠକ, ବେଆଇନ ଖଣି ଲିଜଧାରୀଙ୍କଠାରୁ ଶହେ ପ୍ରତିଶତ ଜୋରିମାନା ଆଦାୟର ହୋଇପାରେ ପୁନଃ-ମୂଲ୍ୟାୟନ

41

କନକ ବ୍ୟୁରୋ : ବେଆଇନ ଖଣି ଉତ୍ତୋଳନ ପ୍ରସଙ୍ଗରେ ବେଆଇନ ଖଣି ଲିଜଧାରୀଙ୍କଠାରୁ ଶହେ ପ୍ରତିଶତ ଜୋରିମାନା ଆଦାୟ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାର ମୂଲ୍ୟଃ-ମୂଲ୍ୟାଙ୍କନ ପାଇଁ ଆଜି କେନ୍ଦ୍ରୀୟ କ୍ଷମତା ସମ୍ପର୍ଣ୍ଣ କମିଟିର ବୈଠକ ଆଜି ଦିଲ୍ଲୀରେ ବସିବ । ଏଥିପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ଏଥିରେ ସିଇସି ଅଧ୍ୟକ୍ଷ, ସଦସ୍ୟ, ଖଣି ମନ୍ତ୍ରଣାଳୟ , କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟର ଇସ୍ପାତ ଓ ଖଣି ସଚିବ, ଖଣି ନିର୍ଦ୍ଦେଶକ ଓ ୫୦ରୁ ଅଧିକ ଲିଜଧାରୀ ଯୋଗଦେବେ ।

ଅଗଷ୍ଟ ୨ରେ ଓଡିଶା ବେଆଇନ ଖଣି ଖନନ ମାମଲାର ରାୟ ଦେଇ ବେଆଇନ ଖମି ଖନନ କରିଥିବା ଖଣି ପଟ୍ଟାଦାରଙ୍କଠାରୁ ଶତ ପ୍ରତିଶତ ଜୋରିମାନା ପୈଠ ପାଇଁ କହିଥିଲେ । କିଛି ଖଣି ଲିଜଧାରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଡିମାଣ୍ଡ ନୋଟିସରେ ଜରିମାନା ପରିମାଣରେ ବ୍ୟାପକ ଅସଙ୍ଗତି ଥିବା ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗତମାସ ୨୪ରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୂଲ୍ୟାୟନରେ ଅସଙ୍ଗତି ଥିଲେ ସିଇସି , ରାଜ୍ୟ ସରକାର ଓ ଲିଜଧାରୀ ସହ ବୈଠକ କରି ଏହା ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନଭେମ୍ବର ୩ଦ ପୂର୍ବରୁ ଏହି ପ୍ରକ୍ରିୟା ସାରିବାକୁ କୁହାଯାଇଥିଲା । ଏ ନେଇ ସୁପ୍ରିମକୋର୍ଟରେ ବିସ୍ତୁତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ଶହେ ପ୍ରତିଶତ ଜୋରିମାନା ଆଦାୟ ପାଇଁ ଡିସେମ୍ବର ୩୧ ଡେଡଲାଇନ ଥିବା ଯୋଗୁଁ ଆଜିର ବୈଠକରେ ଖଣି ଲିଜଧାରୀଙ୍କ ଆପତି ଶୁଣାଣି କରାଯାଇ ଜୋରିମାନା ପୁନଃ-ମୂଲ୍ୟାଙ୍କନ କରାଯିବ ।