ଭୁବନେଶ୍ୱର ଭେନସ ଡେଲି ମାର୍ଟ ସପିଂମଲରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ  

23

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ସପିଂ ମଲରେ  ଅଗ୍ନିକାଣ୍ଡ ।  ଡମଣା ସ୍ଥିତ ଭେନସ ଡେଲି ମାର୍ଟ ସପିଂମଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି  ପୋଡିଯାଇଛି  ତ୍ରିତଳ ବିଶିଷ୍ଟ ମାର୍କେଟ କଂପ୍ଲେକ୍ସର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମବାହିନୀର ୬ଟି ଦମକଳ  ନିଆଁକୁ ଆୟତ କରିଛନ୍ତି ।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ତେବେ ନିଆଁ କିପରି ଲାଗିଲା  ସେ ନେଇ ତଦନ୍ତ କରାଯାଉଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ଅନୁମାନ କରାଯାଉଛି ।

ଗତ ୨୯ତାରିଖ ଦିନ ମୁମ୍ବାଇର ଲୋୟର ପରେଲ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । କମଲା ମିଲସରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । କମଲା ମିଲ୍ସ କଂପାଉଣ୍ଡ ସ୍ଥିତ ରେଷ୍ଟୋବାରରେ ନିଆଁ ଲାଗିଛି । ରାତି ୧୨ଟା ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ କରିବା ସମ୍ଭବପର ନଥିଲା । ନିଆଁକୁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥିଲା ।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢ଼େ ବାରଟା ବେଳେ ସେନାପତି ବାପତ ମାର୍ଗରେ ଅବସ୍ଥିତ ୬ ତାଲା କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିଲା। ସେ କୋଠା ପରିସରରେ ଥିବା ପବଗୁଡ଼ିକ ମଧ୍ୟରୁ ଗୋଟିକରେ ବିଜୁଳି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କଥା ଶୁଣିବାକୁ ମିଳୁଛି। ଶିଳ୍ପ ପରିସର କମଳା ମିଲସରେ କେତେଗୁଡ଼ିଏ ବିଳାସପୂର୍ଣ୍ଣ ରେସ୍ତୋରାଁ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି

ପୁଲିସ କହିବା ଅନୁସାରେ, ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା। ସେ କୋଠାର ଏକ ରୁଫଟପ୍ ରେସ୍ତୋରାଁରେ ଚାଲିଥିବା ପାର୍ଟିରେ ଏହି ମହିଳାମାନେ ଯୋଗ ଦେଇଥିଲେ।ନିଆଁ ଲାଗିବାର ଅଧଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଅଟ୍ଟାଳିକା ମଧ୍ୟକୁ ତାହା ଚରି ଯାଇଥିଲା। ଦମକଳ ସମେତ ଉଦ୍ଧାର କାର୍ଯ୍ୟ ପାଇଁ ଅନ୍ୟୂନ ୨୪ଟି ଗାଡ଼ି ଘଟଣାସ୍ଥଳରେ ମହଜୁଦ ଥିଲା।ଅଘଟଣରେ ଆହତ ୨୫ ଜଣଙ୍କୁ ମୁମ୍ବାଇସ୍ଥିତ କେଇଏମ ହସପିଟାଲକୁ ନିଆ ଯାଇଥିଲା।