ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚିନ୍ତା ! ଭୁବନେଶ୍ୱରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ ଆରମ୍ଭ

31

କନକ ବ୍ୟୁରୋ : ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ । ରାଜ୍ୟର ସମସ୍ତ ସିଡିଏମଓ ଏଥିରେ ସାମିଲ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବା ଓ ବ୍ୟବସ୍ଥା ନେଇ ଏହି ସମ୍ମିଳନୀରେ ଆଲୋଚନା ହେଉଛି । ନିରାମୟ, ଟ୍ରମା କେୟାର, କର୍ପସ ଫଣ୍ଡ, ଚୁକ୍ତି ଭିତିକ ଡାକ୍ତର ନିଯୁକ୍ତି, ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କୋର୍ସ, ପରିମଳ, ମୃତ୍ୟୁ ଘୋଷଣା, ଆର୍ଥିକ ଅଗ୍ରଗତି ଆଦି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।