ସିସିଟିଭିରେ ମର୍ଡର ଲାଇଭ : ଭୁବନେଶ୍ୱର ନୟାପଲ୍ଲୀରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସିଟିଭିରେ ମର୍ଡର ଲାଇଭ୍ । କ୍ୟାମେରାରେ କଏଦ ହୋଇଛି ହତ୍ୟାକାଣ୍ଡର ଲାଇଭ ଫୁଟେଜ୍। ଗତକାଲି ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଘଟିଥିବା ବର୍ବର ହତ୍ୟାକାଣ୍ଡର ଦୃଶ୍ୟ ଦେଖିଲେ ଛାତି ଥରିଯିବ। ନୟାପଲ୍ଲୀ ଏନ-ସିକ୍ସ ଲେନରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ଜଣେ ଦୁର୍ବୃତ ଆକ୍ରମଣର ଶିକାର ହେଲା, ତାର ଟିକି ନିଖି ଭିଜୁଆଲ କଏଦ ହୋଇଛି କ୍ୟାମେରାରେ ।  ହଠାତ ଜଣେ ଦୁର୍ବୃତ କାଠ ଫାଳିଆରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରୁଛି । ଗୋଟିଏ ଗୋଟିଏ ପାହାରରେ ତଳେ ପଡି ଯାଇଛନ୍ତି ଦୁଇ ଯୁବକ । ହେଲେ ଆକ୍ରମଣକାରୀ ଏତିକିରେ ଅଟକି ଯାଇନାହିଁ । ଅତି ନିର୍ଦ୍ଦୟ ଭାବେ ପାହାର ପରେ ପାହାର ବସାଇ ଚାଲିଛନ୍ତି ଦୁଇ ଜଣଙ୍କ ଉପରେ । ଦୁଇ ଜଣ ଛଟପଟ ହେଉଥିବା ବେଳେ ଖସି ପଳାଇଛି ଦୁର୍ବୃତ ଜଣକ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପିସିଆର ପହଁଚିବା ବେଳକୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା, ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।