ଜାଣିଶୁଣି ଭଙ୍ଗାଯାଉଛି ମାଟ୍ରିକ ପରୀକ୍ଷାରେ ଲାଗିଥିବା ସିସିଟିଭି : ସମସ୍ତ ଡ଼ିଇଓମାନଙ୍କୁ ବୋର୍ଡ଼ ପରୀକ୍ଷା ନିୟନ୍ତ୍ରଣଙ୍କ ନୋଟିସ୍, ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ ହେବ ନଷ୍ଟ ହୋଇଥିବା ଉପକରଣର ଅର୍ଥ
କନକ ବ୍ୟୁରୋ : ଜାଣିଶୁଣି ଭଙ୍ଗାଯାଉଛି ସିସିଟିଭି । ମାଟ୍ରିକ ପରୀକ୍ଷାରେ ଲାଗିଥିବା ସିସିଟିଭିକୁ ଜାଣିଶୁଣି ନଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କା କରାଯାଉଥିବାରୁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି । ଏଭଳି ଘଟଣା ଘଟିଲେ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ରହିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ଏତିକି ନୁହେଁ ସିସିଟିଭି ନଷ୍ଟ ହୋଇଥିବା ଉପକରଣର ସମସ୍ତ ଅର୍ଥ କ୍ଷତିପୂରଣ ଆକାରରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ କରାଯିବ । ଯେକୌଣସି ମତେ ସିସିଟିଭର ସୁଇଚ ବନ୍ଦ ଅଫ କରାଯିବ ନାହିଁ ବୋଲି ଚିଠି ମଧ୍ୟରେ କୁହାଯାଇଛି । ଅନ୍ୟପଟେ ପରୀକ୍ଷାର୍ଥୀ ଯଦି ଏଘଟଣାରେ ସମ୍ପୃକ୍ତ ଥାଆନ୍ତି ସେମାନଙ୍କ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯିବ ନାହିଁ ।
ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଚ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ଉତ୍ତେଜନା ପ୍ରବଣ କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ମୁତୟନ ସହ ପରୀକ୍ଷା କେନ୍ଦ୍ର ଚାରିପାଖରେ ଲୋକଙ୍କ ଭିଡ଼ ରୋକିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଡ଼ାକଡ଼ି କରାଯାଇଛି । ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ଶିକ୍ଷକମାନେ ମୋବାଇଲ୍ ନେଇପାରିବେ ନାହିଁ ବ୍ୟବସ୍ଥା କରାଯାଇଛି । ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ତେବେ ରାଜ୍ୟର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଭଙ୍ଗାଯିବାର ଦେଖିବାକୁ ମିଳିଛି । ଆଉ ଏଥିପାଇଁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ।