ଅକ୍ଷୟ ତୃତୀୟାରେ ଗ୍ରାହକ ସାଜି ଗହଣା ଦେକାନରୁ ଲୁଟିଲେ ୩ ମହିଳା ! ପ୍ରାୟ ୧୯ ଗ୍ରାମର ସୁନା ଚେନ ହାତ ପାପୁଲିରେ ଲୁଚାଇ ଫେରାର, ସିସିଟିଭିରେ କଏଦ ହେଲା ଦୃଶ୍ୟ

28

କନକ ବ୍ୟୁରୋ : ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟ୍ । ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଲୁଟର ଦୃଶ୍ୟ । ତିନି ଜଣ ମହିଳା ଅତି ଚତୁରତାର ସହ ଲୁଟ୍ କରୁଛନ୍ତି ସୁନା । ଦୁଇ ଜଣ ମହିଳା ଦୋକାନୀଙ୍କଠାରୁ ସୁନା ଚେନ୍ ଦେଖୁଥିବାବେଳେ ଅନ୍ୟ ଜଣେ ମହିଳା ପଛରେ ରହିଛନ୍ତି । ମହିଳାମାନେ ଅତି ଚତୁରତାର ସହିତ ଗୋଟିଏ ଚେନକୁ ହାତ ସଫେଇ କରିଛନ୍ତି । ତାପରେ ଦେଖାଇବା ବାହାନାରେ ପଛରେ ଥିବା ମହିଳାଙ୍କୁ ଚେନଟି ଦେଇ ଦେଉଛନ୍ତି ।

ସାମନ୍ତରାପୁର ଛକରେ ଥିବା ଏକ ଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଦୋକାନୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଯାଂଚ କରାଯିବାରୁ ଏହି ଲୁଟର ପର୍ଦ୍ଦାଫାସ୍ ହୋଇଛି । ଗତକାଲି ଦୁର୍ଗା ଦେବୀ ଜୁଏଲାର୍ସରୁ ୧୯ଗ୍ରାମ୍ ୧୬୦ ମିଲିଗ୍ରାମ ଓଜନର ଏକ ସୁନା ଚେନ୍ ଲୁଟ୍ ହୋଇଥିଲା । ଏହି ଚେନର ଦାମ ୬୦ହଜାର ଟଙ୍କାର ବୋଲି ଜଣାପଡିଛି । ଲୁଟେରାଙ୍କୁ ଖୋଜୁଛି ପୋଲିସ୍ ।

ସୂଚନାଯୋଗ୍ୟ ଗତକାଲି ଅକ୍ଷୟତୃତୀୟା ଯୋଗୁଁ ଦୋକାନରେ ପ୍ରବଳ ଭିଡ଼ ଜମିଥିଲା । ଆଉ ଏହାର ସୁଯୋଗ ନେଇ ହୋଇଥିଲା ଲୁଟ୍ । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଲାଗିଥିଲା ଗ୍ରାହକଙ୍କ ଭିଡ । ଦିନ ତମାମ ଗ୍ରାହକଙ୍କ ଗହଳି । ଏଥର ସୁନାର ଦର ଟିକେ ଉଚ୍ଚା ଥିଲେ ମଧ୍ୟ କମିନଥିଲା ସୁନାର ଚମକ । ଗ୍ରାହକଙ୍କ ମନପସନ୍ଦର ଗହଣା ସାଙ୍ଗକୁ ଏଥର ଅଫରର ବର୍ଷା କରିଥିଲେ ବ୍ୟବସାୟୀ ।