ଲିଫ୍ଟରେ ମହିଳା ଇନସ୍ପେକ୍ଟରଙ୍କୁ ଅସଦାଚରଣ ମାମଲା ! ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଓ ପୋଲିସ କମିଶନର

26

କନକ ବ୍ୟୁରୋ : ହାଇକୋର୍ଟ ଲିଫ୍ଟରେ କ୍ରାଇମବ୍ରାଂଚ ମହିଳା ଇନସ୍ପେକ୍ଟର ଅସଦାଚରଣ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଓ ପୋଲିସ କମିଶନର । ତଦନ୍ତ ବେଳେ ସିସିଟିଭି ଫୁଟେଜରେ ଅସଦାଚରଣର ସେଭଳି କିଛି ତଥ୍ୟ ମିଳିନଥିବା ଡିସିପି କହିବା ପରେ ଡିସିପିଙ୍କ ମନ୍ତବ୍ୟକୁ ବିରୋଧ କରିଛି ପୋଲିସ ମହାସଂଘ । କହିଛି, ତଦନ୍ତ ଚାଲିଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟ ଜନକ ।

ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ପୋଲିସ କମିଶନର କହିଛନ୍ତି, ବହୁ ଲୋକ ବହୁ କଥା କହିବେ । କିନ୍ତୁ ତଦନ୍ତ ସଠିକ ଦିଗରେ ଯାଉଛି । ଅନ୍ୟପଟେ କୌଣସି ଜଣେ ଆଇନଜୀବୀଙ୍କ କୁକର୍ମ ପାଇଁ ସାରା ଆଇନଜୀବୀ ସମାଜକୁ ସମାଲୋଚନା ନକରିବାକୁ ପୋଲିସ ଅଫିସର ସଂଘ କହିବା ସହ ଉଚ୍ଚ ଅଧିକାରୀଙ୍କ ମାଧ୍ୟମରେ ନିରପେକ୍ଷ ତଦନ୍ତ ଦାବି କରିଛି ।