ସିସିଟିଭିରେ ବାଇକ୍ ଚୋର

33

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ସିସିଟିଭିରେ ବାଇକ୍ ଚୋରୀର ଲାଇଭ୍ । ସହିଦନଗର ପାଣି ଟାଙ୍କି ନିକଟରୁ ଜଣେ ଯୁବକ ବାଇକ୍ ଚୋରୀ କରି ନେଉଥିବା ବେଳର ଦୃଶ୍ୟ କଏଦ ହୋଇଛି ସିସିଟିଭିର ଲେନସ ଭିତରେ । ସମୟ ୧୨ ଟା ୫୫ ।  ଜଣେ ଯୁବକ ଆସି ବସୁଛନ୍ତି ବାଇକ ଉପରେ । କିଛି ନଜାଣିଲା ପରି ଚାହୁଁଛନ୍ତି ଇଆଡେ ସିଆଡେ । ଆଉ ତାପରେ ଲକ ଭାଙ୍ଗି ବାଇକକୁ ଗଡେଇ ଗଡେଇ ନେଇ ଚାଲି ଯାଉଛନ୍ତି । ଏନେଇ ସହିଦନଗର ଥାନାରେ ଅଭିଯୋଗ ହେଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।