ପଂଚାୟତ ନିର୍ବାଚନ ଲାଗି ବୁଥ ଚିହ୍ନଟ ! ଅତି ସମ୍ବେଦନଶୀଳ ୮ହଜାର ୪୯୧ଟି ବୁଥରେ ଲାଗିବ ସିସିଟିଭି କ୍ୟାମେରା

20

କନକ ବ୍ୟୁରୋ : ତ୍ରିସ୍ତରୀ ପଂଚାୟତ ନିର୍ବାଚନ ଲାଗି ୯୨ ହଜାର ୩୨ଟି ୱାର୍ଡ ମତଦାନ ହେବ । ତେବେ ଏହି କ୍ରମରେ ୮ ହଜାର ୪ଶହ ୯୨ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ୍ ହୋଇଛି । ସେହିଭଳି ୧୮ହଜାର ୯ଶହ ୩୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ଭାବେ ମୋଟ ୨୭ ହଜାର ୪ଶହ ୨୨ଟି ବୁଥ୍ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ।

ତେବେ ସର୍ବାଧିକ ଅତି ସମ୍ବେଦନଶୀଳ ବୁଥ୍ କନ୍ଧମାଳ ଜିଲ୍ଲାରେ ଚିହ୍ନଟ କରାଯାଇଛି । ମାଓପ୍ରବଣ କନ୍ଧମାଳ ଜିଲ୍ଲାରେ ୧ ହଜାର ୭୬ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଅତି ସମ୍ବେଦନଶୀଳ ବୁଥରେ ସିସିଟିଭି ଲଗା ଯିବାର ବ୍ୟବସ୍ଥା କରାଯାଇଛି । ଏହାସହ ଭିଡିଓଗ୍ରାଫି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିସନର ।

ଏହା ସହ ଦେଖନ୍ତୁ ଏହି ଭିଡିଓ-