ସିସିଟିଭିରେ କଏଦ ହେଲା ଆକ୍ସିଡେଂଟର ଲାଇଭ୍ ଚିତ୍ର

25

ଏକ ଭୟଙ୍କର ଆକ୍ସିଡେଂଟର ଲାଇଭ୍ ଚିତ୍ର ଯାହାକୁ କଏଦ କରିଛି କ୍ୟାମେରା । ଗୋଟିଏ ୧୪ ଚକିଆ ଟ୍ରକ ମାଡିଯାଇଛି ଦୁଇଟି ବାଇକ୍ ଓ ତିନି ଜଣ ଲୋକଙ୍କ ଉପରେ । ସୌଭାଗ୍ୟ ବଶତଃ ୩ ଜଣଙ୍କ ଯାକ ବଂଚି ଯାଇଛନ୍ତି । ହଠାତ୍ ରଙ୍ଗ ସାଇଡରେ ଏକ ବାଇକ୍ ରାସ୍ତା ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବାଇକଟି ଘୋଷାଡି ହୋଇ ଯାଇଥିଲା କିଛି ମିଟର । ଆଗରେ ଆସୁଥିବା ଆଉ ଏକ ବାଇକକୁ ମଧ୍ୟ ଧକ୍କା ଦେଇଥିଲା ଟ୍ରକ୍ । ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଉଛି ଦୁଇଟି ବାଇକରେ ଥିବା ୩ ଜଣ ବ୍ୟକ୍ତି ଅଳ୍ପକେ ବର୍ତି ଯାଇଛନ୍ତି। ଗତକାଲି ହାଇଦ୍ରାବାଦ ରଙ୍ଗାରେଡି ଅଂଚଳରେ ଏହି ଭୟଙ୍କର ଦୁର୍ଘଟଣାର ଲାଇଭ୍ ଚିତ୍ରକୁ କଏଦ କରିଛି ସିସିଟିଭି କ୍ୟାମେରା । ଏହି ଭିଜୁଆଲ ସୋସିଆଲ ମିଡିଆରେ ଡାଉନଲୋଡ ହେବା ପରେ ଭାଇରାଲ ହୋଇଛି ।