ଦିଲ୍ଲୀ ଦରବାରରେ ଅଭିଭାବକ ! କେସ୍ ପ୍ରତ୍ୟାହାର କରିବ ସିବିଏସଇ, ପୁନଃ ମୂଲ୍ୟାୟନ ପାଇଁ ଫିଟିଲା ବାଟ

18

କନକ ବ୍ୟୁରୋ : ଆସନ୍ତାକାଲି ହାଇକୋର୍ଟରୁ ରିଭ୍ୟିୁ ପିଟିସନ୍ ପ୍ରତ୍ୟାହାର କରିବ ସିବିଏସଇ । ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ବିଭ୍ରାଟର ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ପରେ ଏହି ନିଷ୍ପତି ହୋଇଛି । ଆସନ୍ତା ୩୦ ଜୁନ୍ ଭିତରେ ସମସ୍ତ ଛାତ୍ରଛାତ୍ରୀ ସବୁ ବିଷୟର ନକଲ କପି ପାଇଁ ଆବେଦନ କରିପାରିବେ । ଯଦି ଛାତ୍ରଛାତ୍ରୀ ପୁନଃ ମୁଲ୍ୟାୟନ ପାଇଁ ଚାହୁଁଥିବେ କୋର୍ଟଙ୍କ ଅନୁମତି ନେଇ ମୂଲ୍ୟାୟନ କରିପାରିବେ ।

ସେହିପରି ଯଦି ପୁନଃ ମୁଲ୍ୟାୟନ ପରେ ୧୦ରୁ ଅଧିକ ମାର୍କ ବଢ଼ୁଛି ତେବେ ଛାତ୍ରଛାତ୍ରୀଙ୍କୁ ପୁନଃମୁଲ୍ୟାୟନ ଟଙ୍କା ଫେରସ୍ତ କରାଯିବ । ଆସନ୍ତାବର୍ଷରୁ ସମସ୍ତ ଛାତ୍ରଛାତ୍ରୀ ପୁନଃ ମୁଲ୍ୟାୟନ ପାଇଁ ଆବେଦନ କରିପାରିବେ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି । ଆଜି ନୂଆ ଦିଲ୍ଲୀରେ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଯେଉଁଥିରେ ସିବିଏସ୍ଇ ଚେୟାରମ୍ୟାନ୍ ଏବଂ ଅଭିଭାବକ ସଂଘର ସଦସ୍ୟ ଉପସ୍ଥିତ ଥିଲେ ।