ଚିନ୍ତାରେ ଛାତ୍ରଛାତ୍ରୀ ! ୧୦ ହଜାରରୁ ଅଧିକ ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ୱିଥେଲ୍ଡ

76

କନକ ବ୍ୟୁରୋ : ଭୁବନେଶ୍ୱର ଜୋନରେ ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ୫୮ ହଜାର ୯୩୫ ଜଣ ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ୱିଥେଲ୍ଡ ରହିଛି । ଅନ ଲାଇନରେ ପ୍ରକାଶ ପାଇଥିବା ଏମାନଙ୍କ ରେଜଲ୍ଟରେ ଇଂରାଜୀରେ ଲେଖାଅଛି- ଜଡ । ଅର୍ଥାତ ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ ।

ଯାହାକୁ ନେଇ ମାନସିକ ଚାପରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । କୁହାଯାଉଛି ଦ୍ୱିତୀୟ ବର୍ଷରେ ଯେଉଁ ଛାତ୍ରଛାତ୍ରୀ ସିକ୍ସଥ ଅପସନାଲ ପେପରକୁ ପରିବର୍ତନ କରିଛନ୍ତି ସେମାନଙ୍କ ଏଭଳି ଫଳାଫଳ ଆସିଛି । ତେବେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ଏନେଇ ସିବିଏସଇ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିବାରୁ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ବଢିଯାଇଛି ।