ଆଜି ଆସିବ ସିବିଏସଇ ପ୍ଲସଟୁ ରେଜଲ୍ଟ ! ପୂର୍ବାହ୍ନରୁ ୩ଟି ୱେବସାଇଟରେ ମିଳିବ ପରୀକ୍ଷାଫଳ

21

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ପୂର୍ବାହ୍ନରୁ ତିନିଟି ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ , ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ରେଜଲ୍ଟ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସଇ ରେଜଲ୍ଟ ଡଟ୍ ଏନଆଇସିରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ପାଇପାରିବେ ।

ଚଳିତବର୍ଷ ଭୁବନେଶ୍ୱର ଜୋନରେ ମୋଟ ୫୮ ହଜାର ୯୩୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଭୁବନେଶ୍ୱର ଜୋନ୍ । ଓଡିଶାରୁ ୧୫ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଏହା ଭିତରେ ୯ହଜାର ୧୦୨ ଛାତ୍ର ଓ ୬ହଜାର ୧୭୬ଜଣ ଛାତ୍ରୀ ଅଛନ୍ତି ।

ସେହିପରି ପଶ୍ଚିମବଙ୍ଗରୁ ୨୩ ହଜାର ଓ ଛତିଶଗଡରୁ ୧୮ ହଜାର ଛାତ୍ରଛାତ୍ରୀ ରହିଛନ୍ତି । ସାରା ଦେଶରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –